Latest Odisha News

BREAKING NEWS

ବିରାଟ ପଟୁଆରରେ ଆସି ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀନୀ ବର୍ଷା ସିଂ ବରିହା

ବରଗଡ: ପଦ୍ମପୁର ନିର୍ବାଚନମଣ୍ଡଳୀରୁ ନାମାଙ୍କନ ଭରିଲେ ବିଜେଡି ପ୍ରାର୍ଥୀନୀ ବର୍ଷା ସିଂ ବରିହା । ଆଜି ଏକ ବିଶାଳ ଶୋଭାଯାତ୍ରାରେ ଆସି ଉପଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସରଙ୍କ ଠାରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ତେବେ ଆଜି ସକାଳେ ବିଧାୟିକା ବର୍ଷା ସିଂ ବରିହା, ନିଜ ଭାଇ ଓ ସ୍ବାମୀଙ୍କ ସହ ପ୍ରଥମେ ତାଙ୍କ ପିତା ତଥା ପୂର୍ବତନ ମନ୍ତ୍ରୀ ବିଜୟ ରଞ୍ଜନ ସିଂ ବରିହାଙ୍କ ସମାଧି ପୀଠରେ ପହଞ୍ଚି ସ୍ୱର୍ଗତଃ ପିତାଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ । ଏହା ପରେ ପ୍ରାୟ ୧୨ ହଜାରରୁ ଅଧିକପୁରୁଷ ଓ ମହିଳା ସମର୍ଥକଙ୍କ ସହ ନାମଙ୍କନ ଦାଖଲ କଲେ ।

ତେବେ ଏହି ଅବସରରେ ବରଗଡ଼ ବିଜୁ ଜନତା ଦଳ ସାଂସଦ ପ୍ରାର୍ଥୀନୀ ପରିନିତା ମିଶ୍ର ଓ ବିଜେଡି ଜିଲ୍ଳା କାର୍ଯ୍ୟକାରୀ ସଭାପତି ସୁଶାନ୍ତ କୁମାର ମହାପାତ୍ର, ବରିଷ୍ଠ ବିଜେଡ଼ି ନେତା ଶୁଶାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.