Latest Odisha News

ଧୂଳିରେ ମିଶିଲା ଧୂନି ମନ୍ଦିର.. ଖୋଲା ଆକାଶ ତଳେ କାନ୍ଦୁଛନ୍ତି କୌପୁନିଧାରୀ ସାଧୁ

ଢେଙ୍କାନାଳ: ସଂସାର ଛାଡ଼ି ଭଗବାନଙ୍କ ଶରଣ ପଶିଥିଲେ । ହେଲେ ସରକାର ସବୁ ଛଡେଇନେଲେ । ଏବେ ଖୋଲା ଆକାଶ ତଳେ କୌପିନଧାରୀ ବାବା । କୁଆଡେ ଯିବେ ? କେଉଁଠି ରହିବେ ? ଚିନ୍ତା କରୁଛନ୍ତି ସିନା ସମାଧାନର ବାଟ ପାଉନାହାନ୍ତି । ଆରାଧନା ପୀଠର ଧ୍ୱଂସାବଶେଷକୁ ଦେଖି ଆଖିରୁ ଲୁହ ଗଡ଼ାଉଛନ୍ତି । ରାତି ଉଜାଗର ରହି  ଧୂନି ଜାଳୁଛନ୍ତି ।

ଗତ ୨୨ ତାରିଖ ଦିନ ଯୋରନ୍ଦା   ମୁଖ୍ୟ ଗାଦି ମନ୍ଦିର ବେଢା ଭିତରେ ଥିବା ମନ୍ଦିର ଉପରେ ବୁଲଡୋଜର ଚଢାଇ ଦେଇଛନ୍ତି ସରକାର । ଧୂଳିରେ ମିଶି ଯାଇଛି ଧୂନି ମନ୍ଦିର । ୧୦୦ର ପୁରୁଣା ଏହି ଧୂନି ମନ୍ଦିରୂ ଖାଲି ଏକ ସ୍ଥାପତ୍ୟ ନ ଥିଲା । ଭକ୍ତ ଭାବାବେଗ ସହ ଜଡିତ ଥିଲା । ଢେଙ୍କାନାଳ ଜିଲ୍ଲାର  ଏକ ପ୍ରମୁଖ  ପର୍ଯ୍ୟଟନସ୍ଥଳୀ ଥିଲା ।  28 ଡେସିମିଲ ଜମି  ନିର୍ମିତ ଏହି ମଠ ମନ୍ଦିର ଉପରେ ବୁଲଡୋଜ଼ାର ଚଢିବା ପରେ ଏବେ କୌପୁନି ସାଧୁଙ୍କ ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇ ପଡ଼ିଛି l ତଥାପି  ଖୋଲା ଆକାଶ ତଳେ ଧୂନି ଜଳୁଛି ।

୧୯୪୩ ମସିହାର ଜମି ବିବାଦକୁ କେନ୍ଦ୍ର କରି କୋର୍ଟ ରେ ଚାଲିଥିବା ମାମଲା ଉପରେ  ଶୁଣାଣି ହୋଇଯାଇଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଗତ ୨୨  ତାରିଖରେ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ୧୪୪ ଧାରା ଜାରି କରି ୪ ପ୍ଲାଟୁନ ଫୋର୍ସ ମୁତୟନ କରି ୪ ଟି ବୁଲଡୋଜ଼ାରରେ ଭାଙ୍ଗି ଦେଇଥିଲେ କୌପୁନଧାରି ସମାଜଙ୍କ ଅସ୍ଥା ବିଶ୍ୱାସ  । ବୁଲଡୋଜର ମାଡରେ ମାଟିରେ ମିଶିଗଲା  ଧୂନି ମନ୍ଦିର, ବତୀ ମନ୍ଦିର, ଭେକ ମନ୍ଦିର, ମଣୋହି ମଣ୍ଡପ ତଥା ଟୁଙ୍ଗି ଘର ।  ବାବାମାନଙ୍କ ଆଖି ଆଗରେ ଉଜୁଡି ଯାଉଥିଲା ସେମାନଙ୍କ ଆାରାଧନାସ୍ଥଳୀ । କୋହକୁ ଚାପି ଚୁପଚାପ ଦେଖୁିଥିଲେ କେବଳ । କେବଳ ନିଜ ଅର୍ଜିତ କିଛି ଜିନିଷକୁ ସଂଗ୍ରହ କରି ରଖୁଥିଲେ ।

ତେବେ ଏଠି ପ୍ରଶ୍ନ ଉଠେ,ସରକାର ଧର୍ମପୀଠର ସୁରକ୍ଷା ପାଇଁ ସାହି ବସ୍ତି ଉଚ୍ଛେଦ କରୁଛନ୍ତି । ଉଠା ଦେକାନୀଠାରୁ ଆରମ୍ଭ କରି ବଡବଡ ଦୋକାନକୁ ସ୍ଥାନାନ୍ତର କରୁଛନ୍ତି । ହେଲେ ଏଠି କାହା ସ୍ୱାର୍ଥରେ ୧୦୦ ବର୍ଷର ପୁରାତନ ମନ୍ଦିର ଉପରେ ବୁଲଡୋଜର ଚଢାଇ ଦେଲେ ? ଯଦି କଲେ ତେବେ ଏଠାରେ ଥିବା ଅଲେଖ ବାବାଙ୍କ ପାଇଁ କି ବନ୍ଦୋବସ୍ତ କଲେ ? ଆଗକୁ ଆସୁଛି ମାଘମାସ । ମାଘମାସରେ ଏଠାରେ ଅନୁଷ୍ଠିତ ହୁଏ ଯୋରନ୍ଦା ମହିମା ଯାତ୍ରା । ହେଲେ ଏହି ମେଳା କେମିତି ହେବ ? ଏହି ମେଳାକୁ ଆସୁଥିବା ବାବମାନେ କେଉଁଠି ରହିବେ ?

 

Leave A Reply

Your email address will not be published.