ଶ୍ରୀନଗର: ଟାର୍ଗେଟ ହତ୍ୟାର ପ୍ରତିଶୋଧ ନେଇଛନ୍ତି ସୁରକ୍ଷାକର୍ମୀ । ଶ୍ରୀନଗରରେ ପୁଣି ଏନକାଉଣ୍ଟରରେ ଟଳିଲେ ଦୁଇ ଆତଙ୍କବାଦୀ । ଶ୍ରୀନଗର ଜିଲ୍ଲାର ନୌଗାମ୍ ଅଞ୍ଚରେ ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟର୍ରେ ୨ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି । ଆର୍ମି ଏବଂ ପୋଲିସ ପକ୍ଷରୁ ଶ୍ରୀନଗରର କେତେକ ଅଞ୍ଚଳରେ ସର୍ଚ ଅପରେସନ ଚାଲିଥିବା ବେଳେ ଏହି ଆତଙ୍କବାଦୀମାନେ ଲୁଚିଥିବା ସୂଚନା ମିଳିଥିଲା ।
2 neutralised terrorists identified as Shahid Ah Ganai from Budgam & Arjumand(Aijaz) Rasool Nazar, from Karimabad, Pulwama. As per JKP, both terrorists were involved in recent civilian killing in Wugragund, Pulwama where a non local labourer was killed: Defence PRO Srinagar
— ANI (@ANI) September 15, 2022
ଆତଙ୍କବାଦୀମାନେ ‘ଆନ୍ସର୍ ଗଜ୍ୱାତ୍-ଉଲ୍-ହିନ୍ଦ୍’ ଆତଙ୍କବାଦୀ ସଙ୍ଗଠନର ସଦସ୍ୟ ଥିଲେ। ଜଣଙ୍କର ନାମ ସାହିଦ ଏ ଗନାଇ ଓ ଆଉ ଜଣେ ରସୂଲ ନାଜାର ବୋଲି ପରିଚୟ ମିଳିଛି । ସେମାନେ ରହୁଥିବା ସ୍ଥାନରୁ ରାଇଫଲ୍ , ପିସ୍ତଲ ଗୁଳିଗୁଳା ଜବତ କରାଯାଇଛି ।
ଶ୍ରମିକମାନଙ୍କୁ ହତ୍ୟା ଘଟଣାରେ ଏଦୁଇ ଆତଙ୍କବାଦୀ ସାମିଲ ଥିବା ଜଣାପଡିଛି । ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିବା ପରେ ଗତକାଲି ରାତିରୁ ସର୍ଚ ଅପରେସନ ଚାଲିଥିଲା । ପରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ଦୁଇ ଆତଙ୍କବାଦୀଙ୍କ ନିପାତ ହୋଇଛି । ଶ୍ରୀନଗର, ନୌଗାମ୍ ଅଞ୍ଚଳରେ ଏନ୍କାଉଣ୍ଟର୍ ପରେ ପୁଣି ସର୍ଚ୍ଚ ଅପରେସନ ଚାଲିଛି ।
Comments are closed.