Latest Odisha News

BREAKING NEWS

ଏଥର ଶୀତ ଆସିବ ବିଳମ୍ବରେ !

ଭୁବନେଶ୍ୱର: ଅକ୍ଟୋବର ଏବଂ ନଭେମ୍ବରରେ ଯେପରି ତାପମାତ୍ରା ରହିବା କଥା ଚଳିତ ଥର ପୂର୍ବ ଅପେକ୍ଷା ଅଧିକ ଗରମ ରହିବ। ତେଣୁ ଏଥର ଶୀତ ବିଳମ୍ବରେ ଆସିବ। ଏପରି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ପଶୁପାଳକ। ଏଲ୍-ନିନୋ, ଇଣ୍ଡିଆନ ଓସେନ ଡାଇପୋଲ ଏହଂ ଏମଏଜେଓକୁ ଅନୁଧ୍ୟାନ କରିବା ପରେ ସୁରେନ୍ଦ୍ର ପଶୁପାଳକ ଶୀତ ବିଳମ୍ବରେ ଆସିବ ବୋଲି ଅନୁମାନ କରିଛନ୍ତି। ତେବେ ଡିସେମ୍ବରରେ ତାପମାତ୍ରା ସ୍ବାଭାବିକ ରହିବ ବୋଲି ସେ କହିଛନ୍ତି।

ସେହିପରି ଆସନ୍ତା ମାସରେ ସ୍ବାଭାବିକଠାକୁ ୫୦ ପ୍ରତିଶତ ଅଧିକ ବର୍ଷା ହେବ। ସମସ୍ତ ଉପକୂଳ ଜିଲ୍ଲାରେ ଅଧିକ ବର୍ଷା ହୋଇପାରେ। ଉପକୂଳ ପାଖ ଜିଲ୍ଲାରେ ମଧ୍ୟ ବର୍ଷାର ପରିମାଣ ବଢ଼ିବ। ଯାହାର ସମ୍ଭାବନା ୪୦ରୁ ୪୫ ପ୍ରତିଶତ ରହିଛି ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି। ତେଣୁ ଶୀତ ଆସିବାରେ ବିଳମ୍ବ ହେବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ।

ତେବେ ବର୍ଷାର ପ୍ରଭାବ ବଢ଼ିବା ଦ୍ୱାରା ଫସଲରେ ବାଧା ଉପୁଜିପାରେ ବୋଲି କୁହାଯାଉଛି। ହେଲେ ରବି ଅଣଧାନ ଫସଲ ପାଇଁ ପାଗ ଅନୁକୂଳ ରହିବ ବୋଲି ଏହି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି।

ଉଲ୍ଲେଖଯୋଗ୍ୟ,  ଆସନ୍ତା ୧୮ରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି। ପଶ୍ଚିମବଙ୍ଗ ଉପକୂଳ ନିକଟବର୍ତୀ ଅଞ୍ଚଳରେ ସୃଷ୍ଟି ହେବାକୁ ଥିବା ଏହି ଘୂର୍ଣ୍ଣିବଳୟ ପ୍ରଭାବର ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ଏଚ. ଆର ବିଶ୍ବାସ କହିଛନ୍ତି।

Leave A Reply

Your email address will not be published.