Latest Odisha News

ଭାରତ-ପାକିସ୍ଥାନ ସୀମାରେ ଏନକାଉଣ୍ଟର; ଯବାନଙ୍କ ଗୁଳିରେ ଦୁଇ ଆତଙ୍କୀ ନିହତ

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଚାଲିଥିବା ବିଧାନସଭା ନିର୍ବାଚନ ମଧ୍ୟରେ ରଜୌରୀ ଜିଲ୍ଲାର ନୋଶେରା ସେକ୍ଟରରେ ଏକ ପ୍ରମୁଖ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛନ୍ତି ସୁରକ୍ଷା ବାହିନୀ। ଏହି ଅପରେସନରେ ସେନା ଦୁଇ ପାକିସ୍ତାନୀ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି। ସୋମବାର ଜମ୍ମୁ-କଶ୍ମୀରର ରାଜୌରୀ ଜିଲ୍ଲାର ଭାରତ-ପାକିସ୍ଥାନ ସୀମାରେ ସେନା ଅନୁପ୍ରବେଶ ଉଦ୍ୟମକୁ ଖଣ୍ଡନ କରି ଦୁଇ ଆତଙ୍କବାଦୀ ନିହତ କରିଛନ୍ତି।

ଏହି ଏନକାଉଣ୍ଟର ପରେ ଆତଙ୍କବାଦୀଙ୍କ ନିକଟରୁ ଦୁଇଟି AK-47 ରାଇଫଲ ଏବଂ ପିସ୍ତଲ ସମେତ ବିପୁଳ ପରିମାଣର ଗୁଳି ଜବତ କରାଯାଇଛି। ଭାରତୀୟ ସେନା ଗୁପ୍ତଚର ସୂଚନାକୁ ଆଧାର କରି ସୁରକ୍ଷା ବାହିନୀ ୮ ଏବଂ ୯ ସେପ୍ଟେମ୍ବରର ମଧ୍ୟରାତ୍ରିରେ ଏକ ବଡ଼ ଧରଣର ଅପରେସନ୍ ଆରମ୍ଭ କରିଥିଲେ। ଏହି ଅପରେସନ୍ ସମୟରେ ସୁରକ୍ଷା ବାହିନୀ ଦୁଇ ଆତଙ୍କବାଦୀଙ୍କୁ ନିପାତ କରିବାରେ ସଫଳ ହୋଇଥିଲେ।

ଏହି କ୍ରସର ଫାୟାରରେ ଅତି କମରେ ଦୁଇଜଣ ଆତଙ୍କବାଦୀ ଆହତ ହୋଇଥିବା ସନ୍ଦେହ କରାଯାଉଥିବାରୁ ଏହି ଅଞ୍ଚଳରେ ଏକ ବ୍ୟାପକ ସର୍ଚ୍ଚ ଅପରେସନ ଚାଲିଛି। ଅଧିକାରୀ କହିଛନ୍ତି ଯେ ଖୋଜାଖୋଜି ଆରମ୍ଭ ହେବା ପୂର୍ବରୁ ଏହି ଅଞ୍ଚଳରେ କଡ଼ା ନଜରରେ ରଖାଯାଇଥିଲା।

ଏଠାରେ ଉଲ୍ଲେଖନୀୟ ବିଷୟ ହେଉଛି ଯେ ଜମ୍ମୁ କାଶ୍ମୀରରୁ ଧାରା ୩୭୦ ହଟାଯିବା ପରେ ଆୟୋଜିତ ହୋଇଥିବା ପ୍ରଥମ ବିଧାନସଭା ନିର୍ବାଚନକୁ ରୋକିବା ଉଦ୍ଦେଶ୍ୟରେ ଆତଙ୍କବାଦୀମାନେ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି। ତେବେ ସୁରକ୍ଷା ବାହିନୀର ତ୍ୱରିତତା ହେତୁ ସେମାନଙ୍କ ଉଦ୍ୟମ ସଫଳ ହେଉନାହିଁ। ଅଗଷ୍ଟ ଶେଷ ସପ୍ତାହରେ ରାଜୌରୀରେ ଆଉ ଏକ ଏନକାଉଣ୍ଟର ହୋଇଥିଲା, ଯେତେବେଳେ ସେନା ଲାଠି ଅଞ୍ଚଳରେ ଏକ ସନ୍ଦିଗ୍ଧ ଆତଙ୍କବାଦୀ ଲୁଚି ରହିଥିବା ସ୍ଥାନକୁ ଟାର୍ଗେଟ କରିଥିଲା।

Comments are closed.