Latest Odisha News

BREAKING NEWS

Terrorists killed: ଏଲଓସିରେ ଅନୁପ୍ରବେଶ ଉଦ୍ୟମ ବିଫଳ; ସେନା ଗୁଳିରେ ଟଳିଲେ ୨ଆତଙ୍କବାଦୀ

ନୂଆଦିଲ୍ଲୀ:ପୁଣିଥରେ ନିୟନ୍ତ୍ରଣ ରେଖା ଦେଇ ଭାରତରେ ଆତଙ୍କବାଦୀମାନେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଛନ୍ତି। କିନ୍ତୁ ଏହି ଯୋଜନା ପଣ୍ଡ କରିଛନ୍ତି ଭାରତୀୟ ସେନା ।
ଜମ୍ମୁ ଓ କାଶ୍ମୀରର ବାନ୍ଦିପୋରା ଜିଲ୍ଲାର ଗୁରେଜ ସେକ୍ଟରରେ ଗୁରୁବାର ସକାଳେ ଭାରତୀୟ ସେନା ଦୁଇ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛି। ଉଭୟ ଆତଙ୍କବାଦୀ ଭାରତୀୟ ଅଞ୍ଚଳରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ। ବର୍ତ୍ତମାନ ସେହି ଅଞ୍ଚଳରେ ଏକ ସର୍ଚ୍ଚ ଅପରେସନ୍ ଜାରି ରହିଛି ।

ଭାରତୀୟ ସେନାର ଚିନାର କୋର୍ପସ X ରେ ଜଣାଇଛନ୍ତି ଯେ, “ଜମ୍ମୁ ଏବଂ କଶ୍ମୀର ପୋଲିସ ସମ୍ଭାବ୍ୟ ଅନୁପ୍ରବେଶ ପ୍ରୟାସ ବିଷୟରେ ଗୁପ୍ତ ସୂଚନା ପ୍ରଦାନ କରିଥିଲା। ଏହାକୁ ଆଧାର କରି, ଭାରତୀୟ ସେନା ଏବଂ ଜମ୍ମୁ-କାଶ୍ମୀର ପୋଲିସ ଗୁରେଜ ସେକ୍ଟରରେ ଏକ ମିଳିତ ଅଭିଯାନ ଆରମ୍ଭ କରିଥିଲେ। ଏହି ସମୟରେ ଅନୁପ୍ରବେଶ କରୁଥିବା ଆତଙ୍କବାଦୀ ଗୁଳି ଚଳାଇବାରୁ ସେନା ଯବାନ ପାଲଟା ଗୁଳିଚାଳନା କରିଥିଲେ, ଯାହାଫଳରେ ୨ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଏହି ଅଭିଯାନ ଏବେ ବି ଜାରି ରହିଛି।”

ସୂଚନାନୁସାର, ଏହି ମାସ ଆରମ୍ଭରେ ଅଖଲ ଅଞ୍ଚଳରେ ଦୁଇ ଜଣ ଆତଙ୍କବାଦୀଙ୍କୁ ନିପାତ କରାଯାଇଥିଲା। ଜୁଲାଇ ୩୦ ତାରିଖରେ ମଧ୍ୟ ସେନା ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବାର ଦୁଇ ଜଣ ସଶସ୍ତ୍ର ଆତଙ୍କବାଦୀଙ୍କ ପ୍ରାଣ ନେଇଥିଲେ ।

Comments are closed.