Latest Odisha News

କାଳ ହେଲା ଖେଳ, ବୁଡି ଗଲେ ଦୁଇ ଯାଆଁଳା ଭାଇ

ପାଟଣା: ଖେଳ ନେଲା ଜୀବନ । ଖେଳୁ ଖେଳୁ ପୋଖରୀରେ ବୁଡି ଗଲେ ୬ ବର୍ଷର ଦୁଇ ଯାଆଁଳା ଭାଇ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ତୁରୁମୁଙ୍ଗା ଥାନା ନୂଆଖମଣ ବାଙ୍କ ସାହିରେ ।

BjdElectrycity

ସୂଚନା ଅନୁସାରେ, ଗୁରୁବାର ଅପରାହ୍ନରେ ଗାଁ ପୋଖରୀ ନିକଟରେ ଦୁଇ ଭାଇ ଖେଳୁଥିଲେ । ଖେଳିବା ସମୟରେ ଅସାବଧାନତା ବଶତଃ ପୋଖରୀରେ ବୁଡି ଯାଇଥିଲେ । ଏହା ଦେଖି ଘର ଓ ପଡୋଶୀ ଲୋକ ଅଗ୍ନିଶମ ବିଭାଗକୁ ଡାକି ଉଦ୍ଧାର କରିଥିଲେ । ଏହାପରେ ଦୁହିଁଙ୍କୁ ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି ।

Leave A Reply

Your email address will not be published.