Latest Odisha News

BREAKING NEWS

ପୁଣି ଇତିହାସ ରଚିବ ଇସ୍ରୋ; ୨୭ ଡ଼ିସେମ୍ବରରେ ଲଞ୍ଚ କରିବ ୧୪ ସାଟେଲାଇଟ୍

ଭୁବନେଶ୍ୱର: ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ) ଆଉଥରେ ୨୭ ଡ଼ିସେମ୍ବରରେ ଇତିହାସ ରଚିବାକୁ ଯାଉଛି |

ଇସ୍ରୋ ୨୭ ଡ଼ିସେମ୍ବର ଏକାଥରକେ ୧୪ଟା ସ୍ୟାଟେଲାଇଟ ଲଞ୍ଚ କରିବାକୁ ଯାଉଛି | ସକାଳ ୯ଟା ବାଜି ୨୮ ମିନିଟରେ ଆନ୍ଧ୍ରପ୍ରଦେଶର ଶ୍ରୀହରି କୋଟା ରକେଟ ଲଚିଂ ପ୍ୟାଡ଼ରୁ ଏହିସବୁ ସ୍ୟାଟେଲାଇଟ ଗୁଡ଼ିକ ମହାକାଶକୁ ଛଡ଼ାଯିବ | ଇସ୍ରୋ ମହାକାଶକୁ ପିଏସଏଲଭି-ଏକ୍ସଏଲ ଶ୍ରେଣୀର ରକେଟ ଲଞ୍ଚ କରାଯିବ, ଯେଉଁଥିରେ ୧୪ଟିଯାକ ସ୍ୟାଟେଲାଇଟ ଛଡ଼ାଯିବ |

ଏହି ୧୪ଟି ସ୍ୟାଟେଲାଇଟ ଭିତରୁ ଭାରତର ୧,୬୨୫ କିଲୋଗ୍ରାମ ବିଶିଷ୍ଟ କାରଟୋସ୍ୟାଟ-୩ ସ୍ୟାଟେଲାଇଟ ଓ ଆମେରିକା ସମେତ ୧୩ ନାନୋ ସ୍ୟାଟେଲାଇଟ ସାମିଲ ଅଛି | ଇସ୍ରୋ ପିଏସଏଲଭି ରକେଟରୁ ଯାତ୍ରାର ୧୭ ମିନିଟ ଭିତରେ ପ୍ରଥମେ ଭାରତର କାରଟୋସ୍ୟାଟ-୩ କୁ ମହାକାଶକୁ ଛାଡିବ ଯାହା ଏହି ସିରିଜର ତୃତୀୟ ସଂସ୍କରଣ | ଏଥିରେ ହାଇ ରିଜୋଲ୍ୟୁସନ ଇମେଜିଙ୍ଗ ସକ୍ଷମ ଟେକ୍ନୋଲୋଜି ଦିଆଯାଇଛି |

ଏହି ୫୦୯ କିଲୋମିଟରର ଅର୍ବିଟର ଓ ୯୭.୫ ଡିଗ୍ରୀରେ ମହାକାଶକୁ ଯିବ | ଏହି ସ୍ୟାଟେଲାଇଟ ଇସ୍ରୋ ହାଇ ରିଜୋଲ୍ୟୁସନ ଇମେଜିଙ୍ଗ ଅର୍ବାନ ପ୍ଲାନିଂ ଓ ଇଂଫ୍ରାଷ୍ଟ୍ରକଚର ଡେଭଲପମେଣ୍ଟ ପାଇଁ ସାହାଯ୍ୟ କରିବ | କାରଟୋସ୍ୟାଟ-୩ ଛଡ଼ାଯିବାର ଏକ ମିନିଟ ବାଦ ଆମେରିକା ର ସ୍ୟାଟେଲାଇଟ ଗୁଡିକ ଅରର୍ବିଟ ରୁ ଛଡ଼ାଯିବ |

ସବୁଠାରୁ ଶେଷରେ ନାନୋ ସ୍ୟାଟେଲାଇଟକୁ ୨୬ ମିନିଟ ୫୦ ସେକେଣ୍ଡ ବାଦ ଛଡ଼ାଯିବ | ଏହିପରିଭାବେ ୨୭ମିନିଟ ଭିତରେ ସବୁ ସ୍ୟାଟେଲାଇଟ ଗୁଡିକ ମହାକାଶକୁ ଛଡ଼ାଯିବ |

ଜାତୀୟ ଗଣମାଧ୍ୟମ ଅନୁଯାୟୀ, ଇସ୍ରୋ ଏହି ୧୨ ଅମେରିକା ସ୍ୟାଟେଲାଇଟ କୁ ‘ଫ୍ଲକ-୪ପି’ ନାମରେ ମହାକାଶକୁ ଛଡ଼ାଯିବ | ଯାହା ପୃଥିବୀପୃଷ୍ଠକୁ ଅଵଜରଭେସନ ପାଇଁ କାମ କରିବ | ସେପରି ୧୩ତମ ସ୍ୟାଟେଲାଇଟ କୁ ‘ମେସବେଡ଼’ ନାମରେ ମହାକାଶକୁ ଛଡ଼ାଯିବା | ଇସ୍ରୋର ଏହି ପିଏସଏଲଭି-ଏକ୍ସଏଲ ରକେଟ ୪୪ମିଟର ଲମ୍ବା ଓ ୩୨୦ କିଲୋଗ୍ରାମ ଓଜନ ଅଟେ | ଏଥିରେ ଚାରି ଷ୍ଟେଜ ବା ଇଞ୍ଜିନ ଦିଆଯାଇଛି |

ଏହି ରକେଟ ଉଭୟ ତରଳ ଓ କଠିନ ଇନ୍ଧନରେ କାମକରିବ | ଏଥିରେ ୬ଟ୍ରାପ ବିଶିଷ୍ଟ ବୁଷ୍ଟର ମୋଟର ଲାଗିଛି ଯାହା ଏହା ଅତ୍ୟଧିକ ଶକ୍ତିଭାବେ ସାହାଯ୍ୟ କରିବ |

Leave A Reply

Your email address will not be published.