Latest Odisha News

BREAKING NEWS

ପୋଲିସ ଡିଜିପିଙ୍କ ନିକଟରେ ଆତ୍ମସମର୍ପଣ କଲେ ଦୁଇ ମହିଳା ମାଓବାଦୀ

କୋରାପୁଟ: ଆତ୍ମସମର୍ପଣ କଲେ ଦୁଇ ହାର୍ଡକୋର ମହିଳା ମାଓବାଦୀ । ଆଜି କୋରାପୁଟ ଗସ୍ତରେ ଥିବା ଡିଜିପିଙ୍କ ନିକଟରେ ଜଣେ ଏସିଏମ୍ କ୍ୟାଡର୍ ଓ ଅନ୍ୟ ଜଣେ ମିଲିଟାରି ଗ୍ରୁପ ସଦସ୍ୟା ଆତ୍ମସମର୍ପଣ କରିଛନ୍ତି ।

ଦୁର୍ଦ୍ଦାନ୍ତ ମାଓ ନେତ୍ରୀ ତଥା ଗୁମା ଏରିଆ କମିଟିର ସଦସ୍ୟା ଦେବା ପଡିଆମି ଓରଫ ଗାଙ୍ଗି ୨୦୦୫ରେ କାଲିମେଳାର ମାଓ ସଙ୍ଗଠନରେ ସାମିଲ ହୋଇଥିଲେ । ୨୦୦୭ରେ ବନ୍ଧୁକ ଚାଳନା ତାଲିମ ନେବା ପରେ ୨୦୦୮ରେ ମାଛକୁଣ୍ଡ ଓ ଗୁମା ଏରିଆରେ ସକ୍ରିୟ ଥିଲେ । ତେବେ ୨୦୧୨ରେ ପାହ୍ୟାରେ ଉନ୍ନତି ପାଇ ଆନ୍ଧ୍ର ଓଡିଶା ବୋର୍ଡର ସ୍ପେଶାଲ ଜୋନାଲ କମିଟିରେ ସକ୍ରିୟ ରହିଥିଲେ । ପୋଲିସ ରିପୋର୍ଟ ଅନୁଯାୟୀ ମାଓବାଦୀ ଗାଙ୍ଗି ୭ଟି ପ୍ରମୁଖ ହିଂସାକାଣ୍ଡରେ ସଂପୃକ୍ତ ରହିଥିଲେ ।

ଅନ୍ୟପଟେ ଛତିଶଗଡର ଗୀତା ପଡିଆମି ଓରଫ ରଜିତା ୨୦୧୮ରେ ମାଓ ସଙ୍ଗଠନରେ ସାମିଲ ହୋଇଥିଲେ । ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ ମିଲିଟାରି କମିଟିର ନାଟ୍ୟ ମଣ୍ଡଳି ସଦସ୍ୟ ଭାବେ ଯୋଗ ଦେଇ ୪ଟି ହିଂସାକାଣ୍ଡରେ ସଂପୃକ୍ତ ଥିଲେ । ତେବେ ଦୀର୍ଘଦିନ ଧରି ରଜିତା ବୈପାରିଗୁଡା, ମାଛକୁଣ୍ଡ, ମାଲକାନଗିରି ଓ ଆନ୍ଧ୍ରର ପେଦାବାଇଲୁ ଏରିଆ କମିଟିରେ ସକ୍ରିୟ ଥିଲେ ।

ପୋଲିସ ଓ ଯବାନଙ୍କ କଡା ସୁରକ୍ଷ ବଳୟରେ ମାଓ ସଙ୍ଗଠନ ଦୁର୍ବଳ ହୋଇପଡିଛି । ଆଗ ଭଳି ମାଓବାଦୀଙ୍କୁ ଆଉ ଲୋକଙ୍କ ସମର୍ଥନ ମିଳୁନାହିଁ । ସେହିଭଳି ମାଓ ସଙ୍ଗଠନରେ କିଛି କୁତ୍ସିତ ଚିନ୍ତାଧାରା ରଖୁଥିବା ବ୍ୟକ୍ତିଙ୍କ ଉପସ୍ଥିତି ଓ ସରକାରଙ୍କ ବିକାଶ ମୂଳକ ପ୍ରକ୍ରିୟାକୁ ନଜରରେ ରଖି ଦୁଇ ମହିଳା ମାଓବାଦୀ ଆତ୍ମସମର୍ପଣ କରିଥିବା ଜଣାପଡିଛି ।

Leave A Reply

Your email address will not be published.