ଭୁବନେଶ୍ବର:ଜଗତସିଂହପୁରରେ ଅଘଟଣ । ବିଲରେ କାମ କରୁଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦୁଇ ଯୁବ ଚାଷୀଙ୍କ ମୃତ୍ୟୁ । ମୃତ ଦୁଇ ଚାଷୀ ହେଲେ ଜଗତସିଂହପୁର ସଦର ଥାନା ବେନୁଖଣ୍ଡା ଗାଁର ସାଗର ଭୋଇ ଓ ଅଜୟ ସାହୁ।
ଉଭୟ ଚାଷୀ ବିଲରେ ଟ୍ରାକ୍ଟରରେ ଚାଷ କରି ଫେରୁଥିବା ବେଳେ ମାଟି ତଳେ ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକେ ଉଭୟଙ୍କୁ ସଙ୍ଗେ ସଙ୍ଗେ ଜଗତସିଂହପୁର ମେଡିକାଲ ଆଣିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।
ଅନ୍ୟପଟେ କୋରାପୁଟର ଲକ୍ଷ୍ମୀପୁର ବ୍ଲକ ବନ୍ଦିକାର ଗାଁର ଉପେନ୍ଦ୍ର ନାମକ ଚାଷୀ ଗତକାଲି ନିଜ ଚାଷ ଜମିରେ ଘାସ କାଢୁଥିବା ସମୟରେ ବିଷଧର ସାପ କାମୁଡ଼ାରେ ଆହତ ହୋଇଛନ୍ତି। ଆହତଙ୍କୁ ଲକ୍ଷ୍ମୀପୁର ଡାକ୍ତରଖାନାରେ ସମ୍ପର୍କୀୟମାନେ ଆଣିବା ପରେ ବର୍ତ୍ତମାନ ଚିକିତ୍ସା ଜାରି ରହିଛି ।

