Latest Odisha News

ତାଲିବାନ ହାତକୁ ଯାଇପାରିବନି ୭୦୬ ଶହ କୋଟି ଟଙ୍କା !

ୱାଶିଂଟନ: ଆମେରିକା ଆଫଗାନିସ୍ତାନ ସେଂଟ୍ରାଲ ବ୍ୟାଙ୍କର ୯.୯ ବିଲିୟନ ଡଲାର (୭୦୬ ଶହ କୋଟି) ଫ୍ରିଜ କରିଛି । ଆଫଗାନିସ୍ତାନକୁ କବଜା କରିବା ପରେ ତାଲିବାନ ହାତକୁ ଯେପରି ଉପରୋକ୍ତ ଟଙ୍କା ନ ଯିବ ସେଥିନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଏହା ବ୍ୟତୀତ ନଗଦ ଯୋଗାଣ ମଧ୍ୟ ବାଇଡେନ ସରକାର ବନ୍ଦ କରି ଦେଇଛନ୍ତି ।

ଆଫଗାନିସ୍ତାନ ସେଂଟ୍ରାଲ ବ୍ୟାଙ୍କ ମୁଖ୍ୟ ଅଜମଲ ଅହମଦି ଟୁଇଟ କରି ଏହି ସୂଚନା ଦେଇଥିଲେ । ସୂଚନାଯୋଗ୍ୟ, ଆମେରିକା ଆଫଗାନିସ୍ତାନରୁ ସୈନ୍ୟ ପ୍ରତ୍ୟାହାର କରିନେବା ପରେ ତାଲିବାନ ସହଜରେ ଏହାକୁ କବଜା କରି ନେଇଥିଲା । ଏଥିନେଇ ବାଇଡେନ ସରକାରଙ୍କୁ ସମାଲୋଚିତ ହେବାକୁ ପଡିଛି ।

Leave A Reply

Your email address will not be published.