Latest Odisha News

BREAKING NEWS

ୟୁଏଇ ରାଷ୍ଟ୍ରପତି ଶେଖ ଖଲିଫାଙ୍କ ଦେହାନ୍ତ

ଦୁବାଇ: ୟୁଏଇ ରାଷ୍ଟ୍ରପତି ଶେଖ ଖଲିଫା ବିନ ଜାୟେଦଙ୍କ ୭୩ ବର୍ଷ ବୟସରେ ପରଲୋକ ହୋଇଯାଇଛି । ମନ୍ତ୍ରଣାଳୟ ପକ୍ଷରୁ ଏହି ଦୁଃଖଦ ଖବର ଜନ ସାଧାରଣଙ୍କୁ ଜଣାଇ ଦିଆଯାଇଥିଲା । ୪୦ ଦିନ ଧରି ଦେଶରେ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ । ଜାତୀୟ ପତାକାକୁ ଅର୍ଦ୍ଧନମିତ କରାଯାଇଛି । ସମସ୍ତ ସରକାରୀ ଓ ଘରୋଇ ଅଫିସକୁ ୩ ଦିନ ପାଇଁ ଛୁଟି ଘୋଷଣା କରାଯାଇଛି । ବାପା ଶେଖ ଜାଏଦ ବିନ ସୁଲତାନ ଦେଶର ପ୍ରଥମ ରାଷ୍ଟ୍ରପତି ରହିଥିଲେ ।ତାଙ୍କ ପରେ ଖଲିଫା ୨୦୦୪ରୁ ୟୁଏଇ ରାଷ୍ଟ୍ରପତି ଦାୟିତ୍ୱ ତୁଲାଇ ଆସୁଥିଲେ ।

ତେବେ ଅସୁସ୍ଥତା କାରଣରୁ ସେ ଲୋକଙ୍କଠାରୁ ଦୂରେଇ ରହୁଥିଲେ । ତାଙ୍କର ପରଲୋକ ହେବା ପରେ ଆବୁଧାବିର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ଜାୟେଦ ରାଷ୍ଟ୍ରପତି ତୁଲାଇବେ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିଶିଷ୍ଟ ବ୍ୟକ୍ତିମାନେ ଏ ନେଇ ଶୋକ ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.