Latest Odisha News

BREAKING NEWS

ସ୍ୱାସ୍ଥ୍ୟକର୍ମୀଙ୍କ ଲାଗି ଉବେର ଲଞ୍ଚ କଲା ‘ଉବେରମେଡିକ୍‌’ ସେବା

ନୂଆଦିଲ୍ଲୀ: ମାରାତ୍ମକ କରୋନାଭାଇରସର ମୁକାବିଲା ଲାଗି ଦିନରାତି ନିସ୍ୱାର୍ଥପର ସେବା ପ୍ରଦାନ କରୁଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ପରିବହନ ସର୍ଭିସ ପ୍ରଦାନ କରିବ ‘ଉବେର’ ସଂସ୍ଥା ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଉକ୍ତ ସେବାର ନାମ ‘ଉବେରମେଡିକ’ ରଖାଯାଇଛି ।

ଉବେର ପକ୍ଷରୁ ଜାରି ଏକ ବୟାନରେ କୁହାଯାଇଛି ଯେ ଦେଶର ଘଡିସନ୍ଧି ମୁହୂର୍ତ୍ତରେ ଏଭଳି ସେବା ଯୋଗାଉଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ନେବା ଆଣିବା କରିବା ଲାଗି ସଂସ୍ଥା ପକ୍ଷରୁ ସ୍ୱତନ୍ତ୍ର କାର ସହ ଭଲ ଡ୍ରାଇଭର ଯୋଗାଇ ଦିଆଯିବ । ଯେଉଁମାନେ କି କରୋନାଭାଇରସ ସମ୍ପର୍କରେ ସମ୍ୟକ ଜ୍ଞାନ ରଖୁଥିବେ ।

ଏହାଛଡା ଯାତ୍ରୀମାନଙ୍କୁ କାରର ଆଗ ସିଟରେ ସିବାକୁ ଅନୁମତି ମିଳିବ ନାହିଁ ଏବଂ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ସହ କମ୍ପାନୀ ପକ୍ଷରୁ ଫୋନ୍ ସପୋର୍ଟ ମଧ୍ୟ ପ୍ରଦାନ କରାଯାଉଛି । ଏପରିକି ସମ୍ପୃକ୍ତ ଗାଡି ଚାଳକଙ୍କୁ ସାନିଟାଇଜର, ଗ୍ଲୋଭସ ଓ ଫେଓ ମାସ୍କ ଭଳି ଜରୁରୀ ଜିନିଷ ଦିଆଯିବ ବୋଲି ଉବେର (ଭାରତ) ପ୍ରେସିଡେଣ୍ଟ ପ୍ରଦୀପ ପରମେଶ୍ୱରନ କହିଛନ୍ତି ।

ଇଚ୍ଛୁକ ବ୍ୟକ୍ତିମାନେ ସେବା ଲାଗି uberIndia-covid-help@uber.com.ଆସେସ କରିପାରିବେ ।

ସୂଚନାଯୋଗ୍ୟ, ଦେଶବ୍ୟାପୀ ୨୧ ଦିନିଆ ଲକଡାଉନ ଘୋଷଣା କରାଯାଇଥିବା ଯୋଗୁଁ ଉବର, ଓଲା ଭଳି କ୍ୟାବ ଗୁଡିକ ମଧ୍ୟ ନିଜ ସର୍ଭିସ ବନ୍ଦ ରଖିଛନ୍ତି । ଯାହାଫଳରେ କେତେକ ସ୍ଥଳେ ଘରୁ ଅଫିସକୁ ଯିବା ଲାଗି ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଖାସକରି ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ଦୃଷ୍ଟିରେ ରଖି ଉବର ପକ୍ଷରୁ ଏଭଳି ଯୋଜନା ଆରମ୍ଭ କରାଯାଇଛି ।

Leave A Reply

Your email address will not be published.