Latest Odisha News

BREAKING NEWS

କରୋନା ଆତଙ୍କ: ଭଦ୍ରକ ସହରରେ ତ୍ୱରାନ୍ୱିତ ହେଲା ବିଶୋଧନ କାର୍ଯ୍ୟ

ଭଦ୍ରକ: ଭଦ୍ରକ ସହରରେ ଚାଲିଥିବା ବିଶୋଧନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି । ଭଦ୍ରକରେ ଗତକାଲି ୨ଜଣ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହେବାପରେ ଜିଲ୍ଲାରେ ମୋଟ ପଜିଟିଭ୍ ସଂକ୍ରମିତଙ୍କ ସଂଖ୍ୟା ୩ରେ ପହଞ୍ଚିଛି ।

ଭଦ୍ରକ ଜିଲ୍ଲାପାଳ ଜ୍ଞାନରଞ୍ଜନ ଦାସ ଟ୍ୱିଟ୍ କରି ଜଣାଇଛନ୍ତି ଯେ, ଗତକାଲିଠାରୁ ଭଦ୍ରକ ପୌରାଞ୍ଚଳରେ ବିଶୋଧନ କାର୍ଯ୍ୟ ଜୋରଦାର୍ ହେବା ସହିତ ସହରର ସମ୍ବେଦନଶୀଳ ସ୍ଥାନ ଗୁଡ଼ିକରେ ଏହି ସାନିଟାଇଜେସନ ପ୍ରକ୍ରିୟା ଚାଲୁରହିବ ।

ପୌରାଞ୍ଚଳର ବିଭିନ୍ନ ସାହି, ବସ୍ତି ତଥା ରାସ୍ତାଘାଟକୁ ରାସାୟନିକ ପାଣି ପକାଇ ବିଶୋଧନ କାର୍ଯ୍ୟ ଚାଲୁରହିଛି । ଭଦ୍ରକ ପୌର ବିଭାଗ ଏବଂ ଅଗ୍ନିଶମ ବିଭାଗ ପକ୍ଷରୁ ଏହି ସାନିଟାଜେସନ କାର୍ଯ୍ୟ ଚାଲୁ ରହିଛି ।

ଏଠାରେ ସୂଚନାଯୋଗ୍ୟ, ଚରମ୍ପା ନିକଟବର୍ତ୍ତୀ ଏରେଇଁ ପଞ୍ଚାୟତରେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଜିଲ୍ଲାପାଳଙ୍କ ସୂଚନାନୁଯାୟୀ ଏହି ରୋଗୀ ନିଜାମୁଦ୍ଦିନରୁ ଫେରିଛନ୍ତି । ଏହା ଜଣାପଡ଼ିବା ପରେ ଉକ୍ତ ଅଞ୍ଚଳକୁ ସିଲ୍ କରିଦେବା ସହିତ ପୌରାଞ୍ଚଳରେ ବିଶୋଧନ କାର୍ଯ୍ୟ ଜାରି ରହିଛି ।

Leave A Reply

Your email address will not be published.