Latest Odisha News

BREAKING NEWS

ଇସ୍ତଫାଦେଲେ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ସିଇଓ ଉଦୟ କୋଟାକ

ନୂଆଦିଲ୍ଲୀ: ଇସ୍ତଫାଦେଲେ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ସିଇଓ ଉଦୟ କୋଟାକ । ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ପରିଚାଳନା ନିର୍ଦ୍ଦେଶକ ଭାବେ ଦାୟିତ୍ବରେ ଥିଲେ ଉଦୟ । ତେବେ ଗତକାଲି ସେ ତାଙ୍କର ଉସ୍ତଫାପତ୍ର ବ୍ୟାଙ୍କର ବୋର୍ଡ ଅଫ ଡିରେକ୍ଟର୍ସ ଅଧ୍ୟକ୍ଷ ପ୍ରକାଶ ଆପଟେଙ୍କ ନିକଟକୁ ପଠାଇଛନ୍ତି । ସେ ଏବେ ଜଣେ ନନ-ଏକ୍ସିକ୍ୟୁଟିଭ୍‌ ନିର୍ଦ୍ଦେଶକ ଭାବେ ବ୍ୟାଙ୍କ ସହ ଜଡିତ ରହିବେ ।

ବୋର୍ଡ ଅଫ ଡିରେକ୍ଟରର ଅଧ୍ୟକ୍ଷ ପ୍ରକାଶ ଆପଟେଙ୍କୁ ଲେଖିଥିବା ଇସ୍ତଫାପତ୍ରରେ ଉଦୟ ଲେଖିଛନ୍ତି, ତାଙ୍କର କାର୍ଯ୍ୟକାଳ ଶେଷ ହେବା ପାଇଁ ଆଉ କିଛି ମାସ ଥିବା ବେଳେ ସେ ଏବେ ଇସ୍ତଫା ଦେବା ଉଚିତ ବୋଲି ଅନେକ ବିଶ୍ଳେଶଣ କରିବା ପରେ ଶେଷରେ ସେ ଏହି ନିଷ୍ପତି ନେଇଛନ୍ତି । କୋଟାକ୍ ମହିନ୍ଦ୍ରା ବ୍ୟାଙ୍କରେ ଉତ୍ତରାଧିକାରୀ ପ୍ରସଙ୍ଗ ତାଙ୍କ ମନରେ ସର୍ବପ୍ରଥମରୁ ରହି ଆସିଛି । ଚଳିତ ବର୍ଷ ଶେଷ ସୁଦ୍ଧା ବ୍ୟାଙ୍କ ବୋର୍ଡ ଅଫ ଡିରେକ୍ଟରର ଅଧ୍ୟକ୍ଷ, ସେ ଏବଂ ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ମଧ୍ୟ ଅବସର ଗ୍ରହଣ କରିବାକୁ ଯାଉଛନ୍ତି । ତେଣୁ ଏହି କ୍ରମରେ ସେ ପ୍ରଥମେ ସ୍ବେଚ୍ଛାକୃତ ଭାବରେ ଇସ୍ତଫା ଦେଇଥିବା କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଉଦୟ କୋଟାଙ୍କର କାର୍ଯ୍ୟକାଳ ଚଳିତ ବର୍ଷ ଡିସେମ୍ବର ୩୧ରେ ଶେଷ ହେବାର ଥିଲା । ମାତ୍ର ଅବସରର ୪ ମାସ ପୂର୍ବରୁ ସେ ସ୍ବେଚ୍ଛାକୃତ ଭାବରେ ଇସ୍ତଫା ଦେଇଛନ୍ତି ।

Comments are closed.