Latest Odisha News

BREAKING NEWS

ଚନ୍ଦ୍ରପୃଷ୍ଠରେ ୧୦୦ ମିଟର ବୁଲିଲାଣି ରୋଭର ‘ପ୍ରଜ୍ଞାନ’

ନୂଆଦିଲ୍ଲୀ: ଆଜି ନୂଆ ରେକର୍ଡ ସୃଷ୍ଟି କରିଛି ଚନ୍ଦ୍ରପୃଷ୍ଠରେ ବିଚରଣ କରି ଅନୁସନ୍ଧାନ ଜାରି ରଖିଥିବା ରୋଭର ‘ପ୍ରଜ୍ଞାନ’ । ଲ୍ୟାଣ୍ଡିଂ ଜୋନ ‘ଶିବଶକ୍ତି ପଏଣ୍ଟ’ଠାରୁ ବର୍ତ୍ତମାନ ସୁଦ୍ଧା ରୋଭର ‘ପ୍ରଜ୍ଞାନ’ ୧୦୦ ମିଟର ବିଚରଣ କରିସାରିଛି । ଏନେଇ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । ଲ୍ୟାଣ୍ଡିଂ ପରଠାରୁ ‘ପ୍ରଜ୍ଞାନ’ର ବିଚରଣ ଓ ଗତିବିଧିକୁ ଏକ ଗ୍ରାଫ ଆକାରରେ ପ୍ରକାଶ କରିଛି ଇସ୍ରୋ ।

ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁର ଲ୍ୟାଣ୍ଡିଂ ସ୍ଥାନ ‘ଶିବଶକ୍ତି ପଏଣ୍ଟ’ରେ ଗତ ୨୩ ତାରିଖ ସଂଧ୍ୟା ୬ଟା ୪ମିନିଟରେ ଲ୍ୟାଣ୍ଡର ‘ବିକ୍ରମ’ ସଫଳତାର ସହ ଅବତରଣ କରିଥିଲା । ତାର କିଛି ଘଣ୍ଟା ମଧ୍ୟରେ ରୋଭର ‘ପ୍ରଜ୍ଞାନ’ ନିଜର କାର୍ଯ୍ୟ ଆରମ୍ଭ କରିଥିଲା । ପ୍ରଥମେ ଏହା ଲ୍ୟାଣ୍ଡିଂ ସ୍ଥାନରୁ ଦକ୍ଷିଣକୁ ଯାତ୍ରା ଆରମ୍ଭ କରିଥିଲା । କିଛି ଦୂର ଯାତ୍ରା କରିବା ପରେ ରୋଭର ସାମ୍ନାରେ ଏକ ବିଶାଳ ଗର୍ତ୍ତ ଆସିଥିଲା । କିନ୍ତୁ ‘ପ୍ରଜ୍ଞାନ’ ସୁରକ୍ଷିତ ଭାବରେ ତାର ଗତିପଥ ବଦଳାଇଥିଲା । ଏହା ପରେ ପ୍ରଜ୍ଞାନ ପଛକୁ ଫେରି ସାମାନ୍ୟ ପୂର୍ବ ମୁହାଁ ହେବା ସହ ପୁଣି ପଶ୍ଚିମକୁ ଯାତ୍ରା ଆରମ୍ଭ କରିଥିଲା । ଏବେ ରୋଭର ପଶ୍ଚିମରୁ ଉତ୍ତର ଦିଗରେ ଆଗକୁ ବଢୁଥିବା ଇସ୍ରୋ ସୂଚନା ଦେଇଛି ।

Leave A Reply

Your email address will not be published.