Latest Odisha News

BREAKING NEWS

ଦେବେନ୍ଦ୍ର ଫଡନାଭିସଙ୍କୁ ଗିରଫ କରିବାକୁ ଉଦ୍ଧବ ସରକାର ଯୋଜନା କରିଥିଲେ: ସିନ୍ଦେ

ମୁମ୍ବାଇ: ବିଜେପିକୁ ବଦନାମ କରିବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ଗିରଫ କରିବାକୁ ଉଦ୍ଧବ ସରକାର ଯୋଜନା କରିଥିଲେ | ଏସବୁର ସାକ୍ଷୀ ମୁଁ ଥିଲି | କିଛି ଏଭଳି କହି ମହାରାଷ୍ଟ୍ର ରାଜନୀତିକୁ ସରଗରମ କରିଦେଇଛନ୍ତି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ | ଏକନାଥ କହିଛନ୍ତି ଯେ ମହାରାଷ୍ଟ୍ରର ପୂର୍ବତନ ଉଦ୍ଧବ ସରକାର ବିଜେପିର ବରିଷ୍ଠ ନେତା ତଥା ବର୍ତ୍ତମାନର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ଗିରଫ କରିବାକୁ ଯୋଜନା କରିଥିଲେ। ଏକନାଥ ସିନ୍ଦେ କହିଛନ୍ତି ଯେ ମହା ବିକାଶ ଆଘାଡି (ଏମଭିଏ) ସରକାର ସମୟରେ ଦେବେନ୍ଦ୍ର ଫଡନାଭିସ ଏବଂ ତାଙ୍କ ସହଯୋଗୀ ବିଜେପି ନେତା ଗିରିଶ ମହାଜନଙ୍କୁ ଗିରଫ କରିବା ନେଇ ଯୋଜନା କରାଯାଇଥିଲା |

ଆଉ ସେ ଏବାବଦରେ ଜାଣିଥିଲେ | ବିଜେପିକୁ ବଦନାମ କରିବାକୁ ଓ ବିଜେପିର ଦବଦବା କମାଇବାକୁ ଏହି ଷଡଯନ୍ତ୍ର କରାଯାଇଥିଲା | ତେବେ ସେମାନେ ଏହା କରିବା ପୂର୍ବରୁ ମୁଁ ସରକାରକୁ ଭାଙ୍ଗିଦେଇଥିଲି |

ଏପରି ଷଡଯନ୍ତ୍ର ରଚିଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କି ପ୍ରଶ୍ନରେ ଏକନାଥ ସିନ୍ଦେ କହିଛନ୍ତି ଯେ ଆବଶ୍ୟକ ହେଲେ ତଦନ୍ତ ଆରମ୍ଭ ହେବ। ଉଲ୍ଲେଖ ଥାଉ କି ଉପମୁଖ୍ୟମନ୍ତ୍ରୀ ତଥା ଗୃହ ଓ ଅର୍ଥମନ୍ତ୍ରୀ ଥିବା ଦେବେନ୍ଦ୍ର ଫଡନାଭିସ୍ ଅତୀତରେ ଅନେକ ଥର ଦାବି କରିଥିଲେ ଯେ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଏମଭିଏ ସରକାର ତାଙ୍କୁ ଗିରଫ କରିବାକୁ ଯୋଜନା କରିଥିଲେ।

 

Leave A Reply

Your email address will not be published.