ମହାରାଷ୍ଟ୍ର: ଟଳିପାରେ ସଂକଟ । ବଂଚିପାରେ ଉଦ୍ଧବ ଠାକରେଙ୍କ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଆସନ । ରାଜ୍ୟପାଳ ଭଗତ ସିଂ କେଶୟାରୀଙ୍କ କୋଟାରେ ଥିବା ୨ଟି ଏମ୍ଏଲ୍ସି ଆସନ ମଧ୍ୟରୁ ଗୋଟିଏରୁ ଉଦ୍ଧବଙ୍କୁ ମନୋନୀତ କରାଯିବ । ଏନେଇ ଗୁରୁବାର ହୋଇଥିବା କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଛି। ମନ୍ତ୍ରୀ ନବାବ ମଲ୍ଲିକ ଏନେଇ ସୂଚନା ଦେଇଛନ୍ତି । ଏହି ନିଷ୍ପତ୍ତି ପରେ ଉଦ୍ଧବ ଠାକରେଙ୍କୁ ଆଶ୍ୱସ୍ତି ମିଳିଛି।
ସୂଚନା ଯୋଗ୍ୟ ଯେ, ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଯୋଗୁଁ ଏମ୍ଏଲ୍ସି ନିର୍ବାଚନ ସ୍ଥଗିତ ରଖାଯାଇଥିଲା । ସେବେଠାରୁ ଉଦ୍ଧବଙ୍କ ମୁଖ୍ୟମନ୍ତ୍ରୀ ଆସନକୁ ନେଇ ସଙ୍କଟ ଦେଖାଦେଇଥିଲା । କିନ୍ତୁ ଏବେ ଏହି ସଂକଟ ଟଳି ଯାଇଥିବା ଜଣାପଡିଛି । ସାମ୍ବାଧାନିକ ବ୍ୟବସ୍ଥା ଅନ୍ତର୍ଗତ କୋଟର ଦୁଇଟି ଏମ୍ଏଲ୍ସି ଆସନରୁ ଗୋଟିଏ ଆସନରେ ଉଦ୍ଧବଙ୍କୁ ମନୋନୀତ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିବା ନେଇ ମନ୍ତ୍ରୀ ନବାବ ମଲ୍ଲିକ କହିଛନ୍ତି।
BREAKING NEWS
- ବାବ୍-ଅଲ୍-ମାଣ୍ଡେବ ପ୍ରଣାଳୀ ବନ୍ଦ ହେଲେ କେଉଁ ଜିନିଷର ଅଭାବ ରହିବ? ଭାରତକୁ କେତେ ପ୍ରଭାବିତ କରିବ..
- Customs Duty Exemption on Petrochemical: ମଧ୍ୟପ୍ରାଚ୍ୟ ସଙ୍କଟ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ପେଟ୍ରୋକେମିକାଲ୍ ଉତ୍ପାଦ ଉପରୁ ସୀମା ଶୁଳ୍କ ଛାଡ଼
- ଚୌଦ୍ବାର ଜେଲରୁ ଫେରାର୍ ଦ୍ବିତୀୟ କଏଦୀ ଗିରଫ
- ସେୟାର୍ ବଜାର୍ ଖୋଲୁ ଖୋଲୁ ତଳକୁ ଖସିଲା ସେନସେକ୍ସ ଓ ନିଫ୍ଟି
- ରାଜ୍ୟରେ ପୁଣି କଡ଼ାକଡ଼ି ହେବ ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ, ପେଟ୍ରୋଲ ପମ୍ପରେ PUCC ଅନିବାର୍ଯ୍ୟ
- ଆଜି ସରିବ ମାଟ୍ରିକ ଖାତାଦେଖା, ମେ’ ଦ୍ୱିତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ଫଳ
- ମହାରାଷ୍ଟ୍ରର ଭୟଙ୍କର ଦୁର୍ଘଟଣା, ୮ ମହିଳା ମୃତ
- ଆର୍ଟେମିସ୍-୨ ଚନ୍ଦ୍ର ମିଶନ୍ ଲଞ୍ଚ କଲା ନାସା
- Chandigarh blast:ବିଜେପି କାର୍ଯ୍ୟାଳୟ ବାହାରେ ଗ୍ରେନେଡ୍ ଆକ୍ରମଣ; କେନ୍ଦ୍ରୀୟ ଏଜେନ୍ସିର ତଦନ୍ତ ଆରମ୍ଭ
- ECoR:ପୁଣି ଦେଶର ଏକ ନମ୍ବର ରେଳ ଜୋନ୍ ହେଲା ପୂର୍ବ ତଟ ରେଳପଥ; ସର୍ବାଧିକ ୨୮୬.୩ ନିୟୁତ ଟନ୍ ପଣ୍ୟ ପରିବହନ
Comments are closed.