Latest Odisha News

BREAKING NEWS

କରୋନା ଭାଇରସ ସଂକ୍ରମଣରେ ଇଟାଲୀର ପୂର୍ବତନ ଷ୍ଟାର ଆଥଲେଟ ଡୋନାଟୋଙ୍କ ମୃତ୍ୟୁ

ରୋମ:ଇଟାଲୀର ପୂର୍ବତନ ଷ୍ଟାର ଆଥଲେଟ ଡୋନାଟୋ ସାବିଏ କରୋନା ଭାଇରସ ସଂକ୍ରମଣରେ ମୃତ୍ୟୁବରଣ କରିଛନ୍ତି । ପୂର୍ବରୁ ତାଙ୍କ ବାପାଙ୍କ ଜୀବନ ମଧ୍ୟ କରୋନା ଭାଇରସ ନେଇଥିଲା । ୧୯୮୪ ଲସ୍‌ଏଞ୍ଜେଲ୍ସ ଏବଂ ୧୯୮୮ ସିଓଲ ଅଲିମ୍ପିକ୍ସରେ ସେ ଯଥାକ୍ରମେ ୫ମ ଓ ୭ମ ସ୍ଥାନ ଅଧିକାର କରିଥିଲେ।  ଇଟାଲିଆନ ଆଥଲେଟକ୍ସ ଫେଡେରେଶନ (ଫିଡାଲ୍‌) ତରଫରୁ ସୂଚନା ଦିଆଯାଇଛି।

ଡୋନାଟୋଙ୍କୁ ୫୬ ବର୍ଷ ହୋଇଥିଲା। ୧୯୮୪ରେ ଗୋଥେନ୍‌ବର୍ଗଠାରେ ଅନୁଷ୍ଠିତ ଚାମ୍ପିୟନଶିପ୍‌ରେ ୮୦୦ ମିଟରରେ ସ୍ବର୍ଣ୍ଣ ପଦକ ଲାଭ କରିଥିଲେ। ବାସିଲିକେଟାର ଦକ୍ଷିଣାଞ୍ଚଳରେ ଅବସ୍ଥିତ ପୋଟେଞ୍ଜା ବାସିନ୍ଦା ଡୋନାଟୋ କିଛି ଦିନ ପୂର୍ବେ ଡାକ୍ତରଖାନାରେ ଭର୍ତ୍ତି ହୋଇ ଇଣ୍ଟେନ୍‌ସିଭ କେୟାର ୟୁନିଟ୍‌ରେ ଚିକିତ୍ସିତ ହେଉଥିଲେ।

Leave A Reply

Your email address will not be published.