Latest Odisha News

BREAKING NEWS

ଉଦ୍ଧବ ଠାକରେଙ୍କ ବିସ୍ଫୋରକ ବୟାନ, ବିଜେପି ସହ ମେଣ୍ଟ କରି ବରବାଦ ହୋଇି ୨୫ ବର୍ଷ

ମୁମ୍ବାଇ : ମହାରାଷ୍ଟ୍ର ରାଜନୀତିରେ ହଟଚମଟ । କାରଣ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବୟାନ ଏବେ ବିସ୍ଫୋରକ ସ୍ଥିତି ସୃଷ୍ଟି କରିଛି । ବିଜେପି ସହ ମେଣ୍ଟ କରି ୨୫ ବର୍ଷ ବରବାଦ ହୋଇଗଲା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଶିବସେନା ସୁପ୍ରିମୋଙ୍କ ଏହି ବୟାନ ଜାତୀୟ ସ୍ତରରେ ଚର୍ଚ୍ଚାର କାରଣ ହୋଇଛି । ସେ କହିଛନ୍ତି, ବିଜେପି ନିଜର ସ୍ବାର୍ଥ ପୂରଣ ଲାଗି ହିନ୍ଦୁତ୍ବକୁ ବ୍ୟବହାର କରିବାରେ ଲାଗିଛି । ଏଣିକି ଶିବସେନା ରାଜ୍ୟ ବାହାରକୁ ପାଦ କାଢ଼ିବ ଏବଂ ଅନ୍ୟ ରାଜ୍ୟରେ ଯେପରି ଦଳକୁ ସୁଦୃଢ଼ କରାଯିବ, ସେଥିପ୍ରତି ଗୁରୁତ୍ବ ଦିଆଯିବ ।

ବିଜେପି ଅକାଳୀ ଦଳକୁ ମଧ୍ୟ ନାଶ କରିଦେଇଛି । ହେଲେ ବିଜେପିର ସେହି ଜାଲରୁ ଶିବସେନା ନିଜକୁ ମୁକୁଳାଇବାରେ ସକ୍ଷମ ହୋଇଛି ବୋଲି କହିଛନ୍ତି ଉଦ୍ଧବ ଠାକରେ । ୨୦୧୯ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେ ବିଜେପି ଓ ଶିବସେନା ମଧ୍ୟରେ ଫାଟ ସୃଷ୍ଟି ହେବା ପରେ ଏନସିପି ଓ କଂଗ୍ରେସ ସହ ମେଣ୍ଟ କରି ସରକାର ଗଠନ କରିଛି ଶିବସେନା । ଉଦ୍ଧବ ଠାକରେ କହିଛନ୍ତି, ମହାରାଷ୍ଟ୍ରରେ ଶିବସେନାକୁ ବିଜେପି ଧୋକା ଦେଇଛି । ନିଜ ରାଜ୍ୟରେ ଶିବସେନାକୁ ଧ୍ବଂସ କରିବା ଲାଗି ବିଜେପି ଯୋଜନା କରିଆସୁଛି ବୋଲି ସେ ଅଭିଯୋଗ କରିଛନ୍ତି । ଏହାସହ ୨୦୧୯ରେ କଂଗ୍ରେସ ଓ ଏନସିପି ସହ ମେଣ୍ଟ ଯଥାର୍ଥ ଥିଲା ବୋଲି ଯୁକ୍ତି ବାଢ଼ିଛନ୍ତି । ଉଦ୍ଧବ ଠାକରେଙ୍କ ଏହି ବୟାନ ଏବେ ମହାରାଷ୍ଟ୍ର ରାଜନୀତିକୁ ଅଧିକ ସରଗରମ କରିଛି ।

Comments are closed, but trackbacks and pingbacks are open.