Latest Odisha News

କରୋନାରେ ଚାଲିଗଲେ ଭାରତୀୟ ବନ ସେବା ଅଧିକାରୀ ସନ୍ତୋଷ କୁମାର ବନଛୋର

ଭୁବନେଶ୍ବର : ମହାମାରୀ କରୋନାରେ ଚାଲିଗଲେ ଭାରତୀୟ ବନ ସେବା ଅଧିକାରୀ ସନ୍ତୋଷ କୁମାର ବନଛୋର । ବନ୍ୟପ୍ରାଣୀ ପିସିସିଏଫ୍‌ଙ୍କ କାର୍ଯ୍ୟାଳୟରେ ଉପ ବନ ସଂରକ୍ଷକ ବା ଡିସିଏଫ୍ ଭାବେ କାର୍ଯ୍ୟରତ ଥିଲେ ସନ୍ତୋଷ କୁମାର ବନଛୋର । ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ଗତ ମାସ ୯ ତାରିଖରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଆଜି ଅପରାହ୍ନ ୩ଟା ୨୫ରେ ତାଙ୍କର ବିୟୋଗ ହୋଇଥିବା ଜଣାପଡିଛି ।

୫୫ ବର୍ଷୀୟ ସନ୍ତୋଷ କୁମାର ବନଛୋର ଜଣେ ମିଷ୍ଟଭାସୀ, ପରୋପକାରୀ ଓ ଅମାୟିକ ବ୍ୟକ୍ତି ଭାବେ ବେଶ୍ ପରିଚିତ ଥିଲେ । ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଅଞ୍ଚଳର ବନଛୋର ଓଡ଼ିଶା ବନ ସେବା ଅଧିକାରୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ଦୁଇ ମାସ ତଳେ ସେ ଭାରତୀୟ ବନ ସେବା ଅଧିକାରୀ ଭାବେ ପଦୋନ୍ନତି ପାଇଥିଲେ । ଶ୍ରୀଯୁକ୍ତ ବନଛୋରଙ୍କ ବିୟୋଗରେ ରାଜ୍ୟ ବନ ବିଭାଗ ଅଧିକାରୀ ଓ କର୍ମଚାରୀଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.