Latest Odisha News

ସବୁ ସୀମା ଟପିଲାଣି ଏନଟିଏ, ଏ କିପରି ପରୀକ୍ଷାର ଚର୍ଚ୍ଚା ବୋଲି ପ୍ରଶ୍ନ କରିଛନ୍ତି ଖଡଗେ

ନୁଆଦିଲ୍ଲୀ: ଦେଶରେ ଡାକ୍ତରୀ ଓ ଫେଲୋଶିପ୍‌ ଭଳି ସମ୍ମାନଜନକ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଉଦ୍ଦିଷ୍ଟ ପ୍ରବେଶିକା ପରୀକ୍ଷାର ପରିଚାଳନା ଦାୟିତ୍ୱ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି ବା ଏନ୍‌ଟିଏ ହାତକୁ ଟେକି ଦେଇଛନ୍ତି ଭାରତ ସରକାର । କିନ୍ତୁ କେନ୍ଦ୍ର ଉଚ୍ଚଶିକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ଏହି ଏଜେନ୍ସିର କାମ ଏବେ ସୀମା ବାହାରକୁ ପଲାଇଲାଣି । ଲକ୍ଷଲକ୍ଷ ପିଲାଙ୍କ ଭାଗ୍ୟକୁ ଅନ୍ଧକାରକୁ ଠେଲିଚାଲିଛି ଏନଟିଏ । ଗୋଟିଏ ପରେ ଗୋଟିଏ ପରିକ୍ଷାରେ ଅନିୟମିତାର ଦୁର୍ବିସହ ପରିଣାମ ଭୋଗ କରୁଛନ୍ତି ଛାତ୍ରଛାତ୍ରୀ । ପ୍ରଥମେ ନିଟ୍ ପରୀକ୍ଷାରେ ଘୋଟଲା, ପ୍ରଶ୍ନ ପତ୍ର ଲିକ୍ ହେଲା । ଆଉ ତା ପରେ ବୁଧବାର ୟୁଜିସିସ ନେଟ୍ରେ ବଡ ଘୋଟାଲା ହୋଇଥିବା ଜାଣି ଏହାକୁ ରଦ୍ଦ କରାଯାଇଛନ୍ତି କେନ୍ଦ୍ର ଶିକ୍ଷା ବିଭାଗ । ଯାହା ପୁଣି ଥରେ ଆଗାମୀ ଦିନରେ ପରିଚାଳନା କରାଯିବ । ତେବେ ଦେଶର ବଡ଼ ବଡ ପରୀକ୍ଷାରେ ଏଭଳି ଅନିୟମିତତା ଓ ବିଭ୍ରାଟ ଏନ୍‌ଟିଏର ପାରିବାପଣିଆ ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସେପଟେ ଏହାକୁ ନେଇ ଶାସକ ବିଜେପିକୁ ଏବେ ଘେରିଲେଣି ବିରୋଧୀ । କଂଗ୍ରେସ ଅଧ୍ୟକ୍ଷ ମଲିକାର୍ଜୁନ ଖଡଗେ ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ମୋଦି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି ମୋଦୀ ପରିକ୍ଷା ଉପରେ ଚର୍ଚ୍ଚା ପ୍ରତିବର୍ଷ କରୁଛନ୍ତି । ଏ କେମିତିକା ଚର୍ଚ୍ଚା ବୋଲି ସେ ମୋଦିଙ୍କୁ ପ୍ରଶ୍ନ କରିଛନ୍ତି ।

ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶ୍ନ କରି କହିଛନ୍ତି, ଆପଣ ପରୀକ୍ଷା ଉପରେ ଅନେକ ଚର୍ଚ୍ଚା କରିଛନ୍ତି, ନିଟ୍ ପରୀକ୍ଷା ଉପରେ ଚର୍ଚ୍ଚା କେବେ? ୟୁଜିସି ନେଟ୍ ପରୀକ୍ଷାକୁ ରଦ୍ଦ କରିବା ଲକ୍ଷ ଲକ୍ଷ ଛାତ୍ର ଛାତ୍ରୀଙ୍କ ଏଥିରେ ଜିତ୍ ହୋଇଚି । ଯାହା ମୋଦୀ ସରକାରର ଅହଂକାରର ହାର ଅଟେ । ଯେଉଁଥିରେ ସେ ଆମ ଯୁବପିଢିଙ୍କ ଭବିଷ୍ୟତ କୁ ନଷ୍ଟ କରିବା ପାଇଁ ଉଦ୍ୟମ କରିଥିଲେ ।

ସେ ଆହୁରି ମଧ୍ୟ ଲେଖିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପ୍ରଥମେ କହିଲେ ନିଟ୍ ରେ କୌଣସି  କାଗଜ ଲିକ୍ ହୋଇନାହିଁ । ଯେତେବେଳେ ବିହାର, ଗୁଜୁରାଟ ଏବଂ ହରିୟାଣାରେ ଶିକ୍ଷା ମାଫିଆଙ୍କୁ ଗିରଫ କରାଗଲା, ସେତେବେଳେ କିଛି ଭୁଲ ସ୍ବୀକାର କଲେ ଶିକ୍ଷା ମନ୍ତ୍ରୀ  । ତେବେ ନିଟ୍ ପରୀକ୍ଷା କେବେ ବାତିଲ ହେଉଛି ବୋଲି ପ୍ରଶ୍ନ କରିଛନ୍ତି ଖଡଗେ ।

ଅନ୍ୟପକ୍ଷରେ ଶିକ୍ଷା ବ୍ୟବସ୍ଥାରେ ଏଭଳି ଅନିୟମିତା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଜୀବନ ସହ ଖେଳିଥିବାରୁ ଦେଶରେ ଅସନ୍ତୁଷ୍ଟ ରହିଛନ୍ତି ଛାତ୍ରଛାତ୍ରୀ ।

Leave A Reply

Your email address will not be published.