ନୂଆଦିଲ୍ଲୀ : ଘୋଷଣା ହେଲା ୨୦୨୧ ୟୁଜିସି ନେଟ୍ ପରୀକ୍ଷା ତାରିଖ । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡକ୍ଟର ରମେଶ ପୋଖରିଆଲ ନିଶଙ୍କ ୟୁଜିସି ନେଟ୍ ପାଇଁ ତାରିଖ ଘୋଷଣା କରିଛନ୍ତି । ଜାତୀୟ ପରୀକ୍ଷା ଏଜେନ୍ସି ୨, ୩, ୪, ୫, ୬, ୭, ୧୦, ୧୧, ୧୨, ୧୪ ଏବଂ ୧୭ ମେ ୨୦୨୧ରେ ୟୁଜିସି ନେଟ୍ ପରୀକ୍ଷା କରିବ।
ପରୀକ୍ଷା ପାଇଁ ଅନ୍ଲାଇନ୍ ରେଜିଷ୍ଟ୍ରେସନ୍ ଆଜିଠୁ ଆରମ୍ଭ ହୋଇଛି । ଆବେଦନ କରିବାର ଶେଷ ତାରିଖ ମାର୍ଚ୍ଚ ୨ ବୋଲି ଘୋଷଣା କରାଯାଇଛି । ପରୀକ୍ଷା ଆବେଦନ ଶୁଳ୍କ ୩ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ପ୍ରଦାନ କରିପାରିବେ। ପରୀକ୍ଷାର ଅବଧି ତିନି ଘଣ୍ଟା ରହିବ । ପେପର ୧ର ପରୀକ୍ଷା ୧୦୦ ମାର୍କ ଥିବା ବେଳେ, ପେପର ୨ର ପରୀକ୍ଷା ୨୦୦ ମାର୍କ ରହିଛି ।
ସମସ୍ତ ପରୀକ୍ଷା ଦୁଇଟି ସିଫ୍ଟରେ ଆୟୋଜନ କରାଯିବ । ଗୋଟିଏ ସିଫ୍ଟ ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ଓ ଦ୍ୱିତୀୟ ସିଫ୍ଟ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ପରୀକ୍ଷାର ମାଟ ସମୟ ୩ ଘଣ୍ଟା ରହିବ ।
Comments are closed.