Latest Odisha News

BREAKING NEWS

ଯୋଦ୍ଧା ମନେ ରହିବେ ଯୁଗଯୁଗ, ସହିଦ କୋଭିଡ ଯୋଦ୍ଧାଙ୍କୁ ମିଳିବ ସମ୍ମାନ, ସ୍ମାରକୀ ନିର୍ମାଣ କରିବାକୁ ପ୍ରସ୍ତାବ

ଭୁବନେଶ୍ୱର: କୋଭିଡ ସହିଦ ଯୋଦ୍ଧାଙ୍କୁ ମିଳିବ ସମ୍ମାନ । କୋଭିଡ ସମୟରେ ଯୋଗାଇ ଦେଇଥିଲେ ନିରନ୍ତର ସେବା । ଅନେକ ସଂକ୍ରମିତ ହୋଇଥିଲେ । ଅନେକଙ୍କ ମୃତ୍ୟୁ ବି ହେଲା । ସେମାନଙ୍କୁ ସହିଦର ମାନ୍ୟତା ଦେଇ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ କରାଗଲା । ଏବେ ସେହି ସହିଦମାନଙ୍କ ସମ୍ମାନରେ ସ୍ମାରକୀ ନିର୍ମାଣ କରିବାର ପ୍ରସ୍ତାବ ରଖିଛନ୍ତି ରାଜ୍ୟ ସରକାର ।

ଏ ନେଇ ଭୁବନେଶ୍ବରରେ ସ୍ଥାନ ଚିହ୍ନଟ କରାଯିବ । ସେହିପରି କରୋନା ଯୋଦ୍ଧାଙ୍କ ଅତୁଳନୀୟ ସେବାକୁ ସମ୍ମାନିତ କରିବାକୁ ସ୍ଥିର କରାଯାଇଛି । ସେମାନଙ୍କ ସେବା, ତ୍ୟାଗ ଓ ବଳିଦାନ ପାଇଁ ରାଜ୍ୟରୁ କୋଭିଡ ପ୍ରକୋପ କମିଲା । ଗ୍ରୀନ ଜୋନକୁ ଆସିଲା ଓଡ଼ିଶା ଓ ସୁସ୍ଥତା ହାରରେ ବି ଉନ୍ନତି ଘଟିଲା । ଏଥିରେ ସନ୍ତୋଷ ପ୍ରକାଶ କରି ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ସେବାକୁ ଟ୍ବିଟ କରି ପ୍ରଶଂସା କରିଛନ୍ତି ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ।

Leave A Reply

Your email address will not be published.