Latest Odisha News

ବିନା ଅନୁମତିରେ ୟୁଜିସିର ଲୋଗୋ ବ୍ୟବହାର କଲେ କାର୍ଯ୍ୟାନୁଷ୍ଠାନ 

ନୂଆଦିଲ୍ଲୀ: ୟୁଜିସିର ଲୋଗୋ ବ୍ୟବହାର କରୁଛନ୍ତି କି? ସାବଧାନ ହୋଇଯାଆନ୍ତୁ। ଏଥିପାଇଁ ୟୁଜିସି ଆଣିଛି କଡ଼ା ନିୟମ। ଯଦି କୌଣସି ବ୍ୟକ୍ତିବିଶେଷ କିମ୍ବା ଶିକ୍ଷାନୁଷ୍ଠାନ ବିନା ୟୁଜିସି ଅନୁମତିରେ ତାହାର ଲୋଗୋକୁ ବ୍ୟବହାର କରନ୍ତି, ତାହେଲେ ଏନେଇ ବିଶ୍ଵବିଦ୍ୟାଳୟ ଅନୁଦାନ ଆୟୋଗ ବା ୟୁଜିସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

ଏନେଇ ୟୁଜିସି ଏକ ଚିଠି ଜାରି କରି ସେଥିରେ ଉଲ୍ଲେଖ କରିଛି ଯେ, ୟୁଜିସି ଲୋଗୋ ଓ ନାମକୁ ଅନେକ ସମୟରେ କିଛି ଅସାଧୁ ବ୍ୟକ୍ତି ଅନଧିକୃତ ଭାବେ ବ୍ୟବହାର କରୁଛନ୍ତି। ଏଥିସହିତ ବିଭିନ୍ନ ଲେଫଲେଟରେ ମଧ୍ୟ ୟୁଜିସି ଲୋଗୋ ଥିବା ଭୁଲ ତଥ୍ୟ ପ୍ରକାଶିତ ହେଉଛି। ଏନେଇ ଅନେକ ଅଭିଯୋଗ ମଧ୍ୟ ଆସିଛି। ଯାହାକୁ ନେଇ ଛାତ୍ରଛାତ୍ରୀ ଦ୍ୱନ୍ଦ୍ଵରେ ପଡ଼ୁଥିବା ବେଳେ ଏହାକୁ ଏବେ ୟୁଜିସି ଗଭୀରତାର ସହ ନେଇ ଆଗକୁ ଏପରି ନକରିବାକୁ ଚେତାବନୀ ଦିଆଯାଉଛି। ଯଦି ଏପରି ବିଶୃଙ୍ଖଳା ଆଗକୁ ଦେଖିବାକୁ ମିଳେ, ତାହେଲେ ଏନେଇ ୟୁଜିସି, ଟ୍ରେଡ୍ ମାର୍କ ଆକ୍ଟକୁ ଉଲଙ୍ଘନ କରିବା ଅନୁଯାୟୀ ଦୃଢ଼ କାର୍ଯ୍ୟାନଷ୍ଠାନ ଗ୍ରହଣ କରାଯିବ।

Leave A Reply

Your email address will not be published.