Latest Odisha News

BREAKING NEWS

ସମ୍ବଲପୁରରେ ଝାଡାବାନ୍ତି ଆତଙ୍କ; ଜଣେ ମୃତ, ୪୩ରୁ ଅଧିକ ଆକ୍ରାନ୍ତ

ସମ୍ବଲପୁର: ସମ୍ବଲପୁରରେ ଝାଡାବାନ୍ତି ଆତଙ୍କ । ସମ୍ବଲପୁରରେ ମହାନଗର ନିଗମ ଅନ୍ତର୍ଗତ ହୀରାକୁଦ ନିକଟସ୍ଥ ମହମ୍ମଦପୁର ଗାଁରେ ଝାଡାବାନ୍ତି ଆକ୍ରାନ୍ତରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୩ ଜଣ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । କିନ୍ତୁ ଏହି ଅଭିଯୋଗକୁ ଖଣ୍ଡନ କରିଛି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ । ବ୍ୟକ୍ତି ଜଣକ ନିମୋନିଆରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଛି ବୋଲି କହିଛି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ।

ସୂଚନା ଅନୁସାରେ, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର କହିବା କଥା ଅନୁସାରେ ମୃତ ବ୍ୟକ୍ତି ଜଣକ ଅତ୍ୟଧିକ ମଦ୍ୟପାନ କରୁଥିବା ଯୋଗୁଁ ତାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଥିଲା । ତେଣୁ ତାଙ୍କର ମୃତ୍ୟୁ ହୋଇଛି । ତେବେ ହଇଜା ଅଭିଯୋଗ ପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଦୁଇଟି ଟିମ ମହମ୍ମଦପୁର ଗାଁ ପରିଦର୍ଶନ କରି ଘରକୁ ଘର ଯାଇ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ସେମାନଙ୍କ ଚିକିତ୍ସା ଜାରି ରଖିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ହଇଜା ରୋକିବା ପାଇଁ ଲୋକଙ୍କୁ ସ୍ୱଚ୍ଛ ପାନୀୟ ଜଳ ସେବନ କରିବାକୁ ପରାମର୍ଶ ଦିଆଯିବା ସହ ଖାଇବା ପୂର୍ବରୁ ଭଲ ଭାବରେ ସାବୁନରେ ହାତ ଧୋଇବାକୁ କୁହାଯାଇଛି ।

Leave A Reply

Your email address will not be published.