ନୂଆଦିଲ୍ଲୀ: ଏବେ ସ୍ତନ କର୍କଟର ଅନେକ ମାମଲା ସାମ୍ନାକୁ ଆସୁଛି । ୨୦୨୨ ରିପୋର୍ଟ ଅନୁଯାୟୀ, ବିଶ୍ୱ ସ୍ତରରେ ପ୍ରାୟ ୨.୩ ନିୟୁତ ମହିଳା ସ୍ତନ କର୍କଟରେ ପୀଡିତା ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬୭ ହଜାର ଜଣଙ୍କ ମୃତ୍ୟୁ ହୋଇଛି । ତେବେ ରତପାର୍ଟରେ ଏହା ବି ଦର୍ଶାଯାଇଛି, ବିଶ୍ୱ ସ୍ତରରେ ମହିଳାମାନଙ୍କ ମଧ୍ୟରେ ସ୍ତନ କର୍କଟ ମୁଖ୍ୟତଃ ଦେଖାଦେଉଥିବା ପୁରୁଷମାନେ ମଧ୍ୟ ଏହାର ଶିକାର ହୋଇପାରନ୍ତି ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଅନୁଯାୟୀ, ପୁରୁଷଙ୍କ ଠାରେ ଏହାର ଆଶଙ୍କା କମ୍ ହୋଇଥିଲେ ମଧ୍ୟ ପୁରୁଷମାନଙ୍କୁ ସ୍ତନ କର୍କଟ ହୋଇପାରେ । ସୁସାନ ଜି. କୋମେନଙ୍କ ଏକ ଅଧ୍ୟୟନ ଅନୁଯାୟୀ, ଚଳିତ ବର୍ଷ ଆମେରିକାରେ ପ୍ରାୟ ୨୮୦୦ ପୁରୁଷମାନଙ୍କ ମଧ୍ୟରେ ଆକ୍ରମଣାତ୍ମକ ସ୍ତନ କର୍କଟ ରୋଗ ନିର୍ଣ୍ଣୟ କରାଯିବ ଏବଂ ପ୍ରାୟ ୫୧୦ ଜଣ ପୁରୁଷ ସ୍ତନ କର୍କଟ ରୋଗରେ ମୃତ୍ୟୁବରଣ କରିବେ । ଯାହା ଏବେ ଚିନ୍ତାର କାରଣ ପାଲଟିଥିବା ବେଳେ ଏନେଇ ଏବେ ରାମବାଣ ନେଇ ଆସିଛି ୟୁକେ ।
ସ୍ତନ କର୍କଟ ରୋଗର ବର୍ଦ୍ଧିତ ମାମଲା ମଧ୍ୟରେ, ଏକ ନୂତନ ଔଷଧକୁ ଅନୁମୋଦନ କରାଯାଇଛି, ଯାହା ସ୍ତନ କର୍କଟ ଭଳି ଦୁରାରୋଗ୍ୟ ରୋଗର ପ୍ରସାରକୁ ଧୀମା କରିବାରେ ସାହାଯ୍ୟ କରିବ । ଏହି ଔଷଧକୁ ୟୁକେ ସରକାରଙ୍କ ଜାତୀୟ ସ୍ୱାସ୍ଥ୍ୟ ସେବାରେ ବ୍ୟବହାର ପାଇଁ ଅନୁମୋଦନ କରାଯାଇଛି ।
ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଫର୍ ହେଲ୍ଥ ଆଣ୍ଡ କେୟାର ଏକ୍ସଲେନ୍ସ, ନାଇସ୍ ଦ୍ୱାରା ‘କ୍ୟାପିଭାସର୍ଟିବ’ ନାମକ ଏକ ମେଡିସିନକୁ ଅନୁମୋଦନ କରାଯାଇଚି । ବୈଜ୍ଞାନିକମାନେ ଏହାକୁ ଅନୁମୋଦନ କରିବା ଏକ ଐତିହାସିକ ମୁହୂର୍ତ୍ତ ବୋଲି କହିଛନ୍ତି । ନାଇସ୍ କହିଛି, ଏଚଆର୍-ପଜିଟିଭ୍ ଏଚଇଆର୍୨-ନେଗେଟିଭ୍ ଭଳି ରୋଗରେ ପୀଡିତ ପ୍ରାୟ ହଜାରରୁ ଅଧିକ ମହିଳା ପ୍ରତିବର୍ଷ ଦିନକୁ ଦୁଇଥର ଏହି ବଟିକା ଖାଇ ସ୍ତନ କର୍କଟ ଭଳି ରୋଗରୁ ଉପକୃତ ହୋଇପାରିବେ ।
ଏହି ‘କ୍ୟାପିଭାସର୍ଟିବ’ ଔଷଧ, ଯାହାକୁ ଟ୍ରୁକ୍ୟାପ୍ ମଧ୍ୟ କୁହାଯାଉଛି, ବ୍ରିଟିଶ ଔଷଧ କମ୍ପାନୀ ଆଷ୍ଟ୍ରାଜେନେକା ଦ୍ୱାରା ନିର୍ମିତ ହୋଇଛି । ଏହା କର୍କଟ ରୋଗର ଅଗ୍ରଗତିକୁ ଧୀର କିମ୍ବା ନାଶ କରିବାରେ ସାହାଯ୍ୟ କରିପାରିବ । ଯାହା ଏଥିରେ ପୀଡିତ ଥିବା ରୋଗୀଙ୍କୁ ଅଧିକ ଦିନ ବଞ୍ଚିବାରେ ସାହାଯ୍ୟ କରିପାରେ ।
ନାଇସ୍ର ମେଡିସିନ୍ ନିର୍ଦ୍ଦେଶକ ହେଲେନ୍ ନାଇଟ୍ କହିଛନ୍ତି, କ୍ୟାପିଭାସର୍ଟିବ୍ ଭଳି ଚିକିତ୍ସା ଆଡଭାନ୍ସ ଷ୍ଟେଜ୍ ସ୍ତନ କର୍କଟ ରୋଗୀଙ୍କ ପାଇଁ ଉପଯୋଗୀ ହେବ । କାରଣ ସୀମିତ ବିକଳ୍ପ ସତ୍ତ୍ୱେ ଏଗୁଡ଼ିକ ଦିଆଯାଇପାରିବ ଏବଂ କେମୋଥେରାପିର ଆବଶ୍ୟକତାକୁ ବି ଏହା କମାଇବା ସହିତ କ୍ଷତିର ଆଶଙ୍କା ବି ହ୍ରାସ କରିପାରିବ ।
ତେବେ ସ୍ତନ କର୍କଟ ରୋଗର ଆଡଭାନ୍ସ ଷ୍ଟେଜରେ, କିଛି ଜେନେଟିକ୍ ପରିବର୍ତ୍ତନ ପରିଲକ୍ଷିତ ହୋଇଥାଏ । ଏହା ସ୍ତନ ଟିସୁ ମଧ୍ୟରେ କିମ୍ବା ଶରୀରର ଅନ୍ୟ ଅଂଶକୁ ଧିରେ ଧିରେ ବ୍ୟାପିଯାଏ । ଏହି ବଟିକା ତାହାକୁ ରୋକିବାରେ ସାହାର୍ଯ୍ୟ କରିବ । କର୍କଟ କୋଷଗୁଡ଼ିକୁ ବୃଦ୍ଧି କରୁଥିବା ଅସ୍ୱାଭାବିକ ପ୍ରୋଟିନର କାର୍ଯ୍ୟକୁ ଅବରୋଧ କରିବାରେ କାମ କରିବ । ଏହି ବଟିକାକୁ ନେଇ ହୋଇଥିବା ଏକ କ୍ଲିନିକାଲ୍ ପରୀକ୍ଷଣର ଫଳାଫଳରୁ ଜଣାପଡିଛି, କ୍ୟାପିଭାସର୍ଟିବ୍ ଏବଂ ଫୁଲଭେଷ୍ଟ୍ରାଣ୍ଟ ହରମୋନ୍ ଥେରାପି ବ୍ୟବହାର କରିବା ଦ୍ୱାରା ପ୍ଲେସିବୋ ଏବଂ ଫୁଲଭେଷ୍ଟ୍ରାଣ୍ଟ ତୁଳନାରେ କର୍କଟ ରୋଗ ସ୍ଥିତି ଅଧିକ ଖରାପ ହେବାକୁ ପ୍ରାୟ ୪.୨ ମାସ ଅଧିକ ସମୟ ନେଇଥାଏ ।
ତେବେ ଏହା କର୍କଟରୁ ସଂମୂର୍ଣ୍ଣ ମୁକ୍ତି ଦେଉନଥିଲେ ମଧ୍ୟ, ସମୟ କମ୍ ଥିବା ରୋଗୀଙ୍କ ପାଇଁ ଏକ ବଡ ଲାଭଦାୟକ ମେଡିସିନ୍ ହେବ ।
Comments are closed.