Latest Odisha News

BREAKING NEWS

କରୋନା ସଂକ୍ରମିତ ଓଡିଆ ଡାକ୍ତରଙ୍କ ମୃତ୍ୟୁ

ଭୁବନେଶ୍ୱର: ବ୍ରିଟେନରେ ଅବସ୍ଥାପିତ ଓଡିଆ ଡାକ୍ତର ବିଷ୍ଣୁ ମୋହନ ରାଉତରାୟଙ୍କର କରୋନା ସଂକ୍ରମଣରେ ରବିବାର ଦିନ ମୃତ୍ୟୁ ଘଟିଛି ।

ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା । ସେ ସ୍କଟଲାଣ୍ଡର ଏକ ହସ୍ପିଟାଲରେ ଇଏନଟି ସର୍ଜନ ଭାବରେ କାର୍ଯ୍ୟ କରୁଥିଲେ । ସେ ବିଗତ ୪୦ ବର୍ଷ ପୂର୍ବେ ବ୍ରିଟେନ ଯିବା ପରେ ପତ୍ନୀ ଓ ପିଲାମାନଙ୍କ ସହ ସ୍କଟଲାଣ୍ଡରେ ରହି ଆସୁଥିଲେ ।

ପ୍ରାପ୍ତ ସୂଚନାନୁଯାୟୀ ଶ୍ରୀ ରାଉତରାୟ ନିକଟରେ ଓଡିଶା ଆସିବା ପରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଯାହା ପରେ ସେ ସହରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ରବିବାର ଦିନ ମୃତ୍ୟୁ ବରଣ କରିଛନ୍ତି ।

ତେବେ ତାଙ୍କର ଶେଷକୃତ୍ୟ ସତ୍ୟ ନଗର ଶ୍ମଶାନରେ ହେବ ବୋଲି ସୂଚନା ମିଳିଛି ।

ଶ୍ରୀ ରାଉତରାୟ ବ୍ରିଟେନର ଓଡିଶା ସୋସାଇଟି ଅଫ୍ ସ୍କଟଲାଣ୍ଡ (ଓଏସଏସ)ର ଜଣେ ସକ୍ରିୟ ସଦସ୍ୟ ଥିଲେ । ଏପରିକି ଇଡିନବୁର୍ଗରେ ଆୟୋଜିତ ହେଉଥିବା ରଥଯାତ୍ରାରେ ସେ ଗଜପତି ମହାରାଜା ଦାୟିତ୍ୱ ନିର୍ବାହ କରିଥାନ୍ତି ।

ତେବେ ତାଙ୍କର ମୃତ୍ୟୁରେ ଓଡିଶା ସୋସାଇଟି ଅଫ୍ ସ୍କଟଲାଣ୍ଡର ସଦସ୍ୟ ମାନେ ଶୋକ ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.