Latest Odisha News

BREAKING NEWS

କରୋନା ପରିସ୍ଥିତିକୁ ନେଇ ବର୍ଷିଲେ ରାହୁଲ, କହିଲେ ‘ମୋଦି ଜୀ ଆପଣ ମୟୂର ଖେଳାନ୍ତୁ’

ନୂଆଦିଲ୍ଲୀ: ଦେଶରେ କୋଭିଡ ପରିସ୍ଥିତି କୁ ନେଇ ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସୋମବାର ରାହୁଲ ଗାନ୍ଧୀ କହିଛନ୍ତି ଯେ ସରକାର ଲୋକମାନଙ୍କୁ ଆତ୍ମନିର୍ଭରଶୀଳ ହେବାକୁ କହିଛନ୍ତି ଯାହାର ଅର୍ଥ ହେଉଛି, ଯେ ପ୍ରଧାନମନ୍ତ୍ରୀ ମୟୂର ସହ ବ୍ୟସ୍ତ ଥିବାରୁ ସେମାନେ ନିଜ ଜୀବନ ନିଜେ ରକ୍ଷା କରିବା ଉଚିତ।

କୋଭିଡ ସଙ୍କଟ ନିୟନ୍ତ୍ରଣକୁ ନେଇ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି ଏବଂ ପରିସ୍ଥିତିର ମୁକାବିଲା କରିବାରେ ବିଫଳ ହୋଇଥିବା ଅଭିଯୋଗ କରିଛନ୍ତି। ଅତୀତରେ ସରକାର ଏଭଳି ସମସ୍ତ ଦାବିକୁ ଖାରଜ କରିଦେଇଛନ୍ତି। ଏକ ଟୁଇଟ୍‌ରେ ଗାନ୍ଧୀ କହିଛନ୍ତି ଯେ ଏହି ସପ୍ତାହରେ କରୋନାଭାଇରସ୍ ସଂକ୍ରମଣ ୫୦ ଲକ୍ଷ ଅତିକ୍ରମ କରିବ ଏବଂ ସକ୍ରିୟ ମାମଲା ୧୦ ଲକ୍ଷରୁ ଅଧିକ ହେବ।

ବିନା ଯୋଜନାରେ କରାଯାଇଥିବା ଲକଡାଉନ ଯୋଗୁ ଆଜି ଦେଶରେ କରୋନା ତା ଗତି ବଢାଇଛି ବୋଲି ରାହୁଲ କହିଛନ୍ତି । ଦେଶର ବିପଦବେଳେ  ପ୍ରଧାନମନ୍ତ୍ରୀଙ୍କ ମୟୂର ଖେଳ ଯେ ଜନତା ପ୍ରତି ସରକାରଙ୍କ ବେପରୁଆ ମନୋଭାବ ର ଏକ ଉଦାହରଣ କଥା ରାହୁଲ କହିଛନ୍ତି ।

ସୋମବାର ସୁଦ୍ଧା ଦେଶରେ କରୋନା ସଂଖ୍ୟା ୪୮ଲକ୍ଷ ପହଞ୍ଚିଥିବାବେଳେ ୯୨,୦୭୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ମୃତ୍ୟୁ ସଂଖ୍ୟା ୭୯,୭୨୨ ଛୁଇଁଛି ।

Leave A Reply

Your email address will not be published.