Latest Odisha News

BREAKING NEWS

‘ଜରିମାନା ଦେବାର ଅର୍ଥ ନୁହେଁ ମୁଁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଗ୍ରହଣ କରିଛି’

ନୂଆଦିଲ୍ଲୀ: ଏକ ଅବମାନନା ମାମଲାର ରାୟ ଆଧାରରେ ସୁପ୍ରିମ କୋର୍ଟର ବରିଷ୍ଠ ଓକିଲ ତଥା ସାମାଜିକ କର୍ମୀ ପ୍ରଶାନ୍ତ ଭୂଷଣ ତାଙ୍କ ଉପରେ ଅଦାଲତଙ୍କ ପକ୍ଷରୁ ଧାର୍ଯ୍ୟ କରାଯାଇଥିବା ୧ ଟଙ୍କାର ଜରିମାନା ରାଶିକୁ ଆଜି ସୁପ୍ରିମ କୋର୍ଟ ରେଜିଷ୍ଟ୍ରିରେ ଦାଖଲ କରିଛନ୍ତି।

ଏହି ଅବସରରେ ନ୍ୟାୟାଳୟ ଅବମାନା ମାମଲାରେ ମୁହଁ ଖୋଲିଲେ ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ। ମମଲାରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ସାଙ୍କେତିକ ଜରିମନା ପୈଠ କରିବାର ଅର୍ଥ ନୁହେଁ ନିଷ୍ପତ୍ତିକୁ ମୁଁ ସ୍ୱୀକାର କରିଛି। ସେ ଏହାର ପୁନର୍ବିଚାର ନିବେଦନ ଦାଖଲ କରିଛନ୍ତି ବୋଲି ଗଣମାଧ୍ୟମକୁ କହିଛନ୍ତି।  ପ୍ରଶାନ୍ତ ଭୂଷଣଙ୍କ ଦୁଇଟି ଟ୍ୱିଟ୍‌କୁ କୋର୍ଟ ନ୍ୟାୟାଳୟ ଅବମାନନା ଭାବେ ଦେଖିବା ସହ ଏଥିଲାଗି ତାଙ୍କ ଉପରେ ୧ ଚଙ୍କାର ଜରିମନା ନିର୍ଦ୍ଦେଶ ଦେଇଥିଲେ।

ସର୍ବୋଚ୍ଚ ନ୍ୟାୟାଳୟଙ୍କ ରେଜିଷ୍ଟ୍ରିରେ ଜରିମାନା ଦାଖଲ କରିଥିବା ପ୍ରଶାନ୍ତ ଭୂଷଣ କହିଛନ୍ତି ଯେ ଏହି ଜରିମନା ଦାଖଲ ଲାଗି ଦେଶର କୋଣ ଅନୁକୋଣରୁ ତାଙ୍କୁ ଯୋଗଦାନ ମିଳିବାରେ ଲାଗିଛି। ଯାହାକୁ ନେଇ ସେ ‘ଟ୍ରୁଥ୍ ଫଣ୍ଡ’ ନାମରେ ଏକ ପାଣ୍ଠି ଗଠନ କରିବେ ଓ ଏଥିରେ ଯେଉଁମାନେ ଅସହମତିପୂର୍ଣ୍ଣ ରାୟ ବ୍ୟକ୍ତ କରିବା ଯୋଗୁ  ମକଦ୍ଦମାର ସମ୍ମୁଖୀନ ହୋଇଛନ୍ତି ସେମାନଙ୍କ ଲାଗି ଆଇନଗତ ସହାୟତା ଯୋଗାଇ ଦେବା ଲାଗି ଖର୍ଚ୍ଚ କରିବେ ବୋଲି କହିଛନ୍ତି।

ପ୍ରଶାନ୍ତ ଭୂଷଣ ମାମଲାରେ ସୋମବାର କୋର୍ଟରେ ଏକ ରିଟ୍‌ ପିଟିସନ ଦାଖଲ କରିଥିବା ଗଣମାଧ୍ୟମକୁ କହିଛନ୍ତି। ଏଥିରେ ଅବମାନନା ଲାଗି ଦଣ୍ଡବିଧାନ କ୍ଷେତ୍ରରେ ଅପିଲ କରିବା ଲାଗି ପ୍ରକ୍ରିୟା ବ୍ୟବସ୍ଥା କରିବାକୁ କୋର୍ଟଙ୍କୁ ନିବେଦନ କରିଥିବା କହିଛନ୍ତି।

Leave A Reply

Your email address will not be published.