Latest Odisha News

BREAKING NEWS

୩ ଦିନିଆ ଲଦାଖ ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରବିବାର ଦିନ ଲଦାଖ ଅଭିମୁଖେ ଗସ୍ତ କରିଛନ୍ତି।

ସୂଚନା ଅନୁଯାୟୀ, ଏହି ଗସ୍ତ ସମୟରେ ସୀମା ସଡକ ସଂଗଠନ (BRO) ଦ୍ୱାରା ନିର୍ମିତ ଇନଫ୍ରାଷ୍ଟ୍ରକ୍ଚର ପ୍ରକଳ୍ପର ଉଦଘାଟନ କରିବେ। ଏଥିସହିତ ସ୍ଥାନୀୟ ଅଞ୍ଚଳରେ ନିୟୋଜିତ ସୈନ୍ୟମାନଙ୍କ ସହ ମଧ୍ୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ଏନେଇ ରାଜନାଥ ଟ୍ବିଟ୍ କରିଛନ୍ତି ଯେ “ଲଦାଖ ପାଇଁ ନୂଆଦିଲ୍ଲୀରୁ ବାହାରୁଛି। ମୋର ଏହି ଗସ୍ତ ସମୟରେ ମୁଁ ସୈନ୍ୟମାନଙ୍କ ସହ ଯୋଗାଯୋଗ କରିବି ଏବଂ ସୀମା ସଡକ ସଂଗଠନ ଦ୍ୱାରା ନିର୍ମିତ ଅନେକ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗଦେବି।

ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ସେନା ମୁଖ୍ୟ ଜେନେରାଲ ଏମ ଏମ ନରାଓ୍ବଣେ ମଧ୍ୟ ଯୋଗଦେବେ।

ନିକଟରେ ଦୁଇ ଦିନ ଧରି ଅନେକ ପ୍ରକଳ୍ପର ସମୀକ୍ଷା ପାଇଁ ମନ୍ତ୍ରୀ କେରଳର କୋଚି ଏବଂ କର୍ଣ୍ଣାଟକର କରୱାର ଗସ୍ତ କରିଥିଲେ।

Leave A Reply

Your email address will not be published.