ଲଣ୍ଡନ: ଅକ୍ସଫୋର୍ଡ-ଆଷ୍ଟ୍ରା ଜେନେକା ଟିକା କେତେ ସୁରକ୍ଷିତ ଏହାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଆଜି ଆଷ୍ଟ୍ରା ଜେନେକାର କରୋନା ଟିକାର ପ୍ରଥମ ଡୋଜ ଗ୍ରହଣ କରିଛନ୍ତି। ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଟିକା ନେଇ ଲୋକଙ୍କ ଦ୍ୱନ୍ଦ୍ୱ ଦୂର କରିବାକୁ ଚେଷ୍ଟା କରିଛନ୍ତି। ସେ ନିଜେ ଟୁଇଟ୍ କରି ଏ ବିଷୟରେ ସୂଚନା ଦେଇଛନ୍ତି।
ୟୁରୋପୀୟ ଏବଂ ବ୍ରିଟିଶ ଔଷଧ ନିୟନ୍ତ୍ରଣ ଏଜେନ୍ସିମାନେ ସ୍ପଷ୍ଟ କରିଛନ୍ତି ଯେ ଟିକା ନେବାରେ ରକ୍ତ ଜମାଟ ବାନ୍ଧିବାର କୌଣସି ପ୍ରମାଣ ନାହିଁ।
ପିଏମ ଜନସନ ଟ୍ୱିଟରେ ଲେଖିଛନ୍ତି – ମୁଁ ଅକ୍ସଫୋର୍ଡ ଆଷ୍ଟ୍ରା ଜେନେକା ଟିକାର ପ୍ରଥମ ମାତ୍ରା ନେଇଛି। ଅବିଶ୍ୱସନୀୟ ବୈଜ୍ଞାନିକ, NHS କର୍ମଚାରୀ ଏବଂ ସ୍ବେଚ୍ଛାସେବୀଙ୍କ ସମେତ ସମସ୍ତଙ୍କୁ ଧନ୍ୟବାଦ, ଯେଉଁମାନେ ଏହା କରିବାରେ ସାହାଯ୍ୟ କରିଥିଲେ। ଆମେ ହରାଇଥିବା ଜୀବନକୁ ଫେରିବା ପାଇଁ ଟିକା ନେବା ସବୁଠାରୁ ଭଲ କଥା।
Comments are closed.