ନିଜଠୁ ୨୩ ବର୍ଷ ସାନ ଯୁବତୀଙ୍କୁ ବିବାହ କଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ!

ନୂଆଦିଲ୍ଲୀ: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ନିଜଠୁ ୨୩ ବର୍ଷ ସାନ କ୍ୟାରି ସାଇମଣ୍ଡସଙ୍କୁ ଲୁଚିଲୁଚି ବିବାହ କରିଥିବା ଚର୍ଚ୍ଚା ହେଉଛି।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଦୁହେଁ ୨୦୨୨ ମସିହାରେ ବିବାହ କରିଥାନ୍ତେ ହେଲେ ଏହା ପୂର୍ବରୁ ସେମାନେ ଗୁପ୍ତ ଭାବେ ବିବାହ କରିଥିବା ଖବର ଆସୁଛି।
ଉଲ୍ଲେଖଯୋଗ୍ୟ, ବୋରିସ୍ ଏବଂ କ୍ୟାରି ୨୦୧୯ ମସିହାରେ ନିର୍ବନ୍ଧ କରିଥିଲେ। କିନ୍ତୁ କରୋନା ସଂକ୍ରମଣ ଯୋଗୁଁ ଉଭୟେ ୨୦୨୦ ରେ ବିବାହ କରିପାରିନଥିଲେ। ସେହିପରି ଚଳିତ ବର୍ଷ ମଧ୍ୟ ଇଂଲଣ୍ଡରେ କରୋନା ସଂକ୍ରମଣ ଏବଂ ତତ୍ ଜନିତ ଲକଡାଉନ ଯୋଗୁଁ ଉଭୟଙ୍କ ବିବାହ ସ୍ଥଗିତ ରଖାଯାଇଥିଲା। ହେଲେ ଏବେ ଚର୍ଚ୍ଚା ହେଉଛି ସେମାନେ ଲୁଚି ଛପି ବିବାହ କରିଛନ୍ତି ବୋଲି।
ତେବେ ପୂର୍ବରୁ ବୋରିସ୍ ଆଉ ଦୁଇଟି ବିବାହ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଦୁଇ ପତ୍ନୀଙ୍କଠାରୁ ଛାଡପତ୍ର ନେଇଥିଲେ।
Comments are closed.