Latest Odisha News

BREAKING NEWS

ୟୁକ୍ରେନ ଯାଇ ଜେଲେନସ୍କିଙ୍କୁ ଭେଟିଲେ ଇଂଲଣ୍ଡ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍

୧୦୦ଟି ଆର୍ମଡ ଯାନ ଏବଂ ଆଣ୍ଟି ସିପ୍ ମିଶାଇଲ ୟୁକ୍ରେନକୁ ଯୋଗାଇବ ବ୍ରିଟେନ

ଭୁବନେଶ୍ୱର: ଶନିବାର ୟୁକ୍ରେନ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ । ଜନସନଙ୍କ ଏହି ଗସ୍ତ ଅଚାନକ ଥିଲା ବୋଲି ଜଣାପଡ଼ିଛି । ବ୍ରିିଟେନର ପ୍ରମୁଖ ଗଣମାଧ୍ୟମ ସଂସ୍ଥା ମଧ୍ୟ ଏ ବିଷୟରେ ଅଜ୍ଞ ଥିଲେ ।

ଲଣ୍ଡନରେ ଅବସ୍ଥାପିତ ୟୁକ୍ରେନର ରାଷ୍ଟ୍ରଦୂତ କାର୍ଯ୍ୟାଳୟ ଦୁଇ ନେତାଙ୍କ ଫଟୋ ଟ୍ୱିଟରରେ ପୋଷ୍ଟ କରିବା ପରେ ଖବର ଜଣାପଡ଼ିଥିଲା । ଏହି ବୈଠକ ଐକ୍ୟମୂଳକ ବୋଲି କୁହାଯାଇଛି । ୟୁକ୍ରେନବାସୀଙ୍କ ଦୁର୍ଦ୍ଦଶା ସମୟରେ ଏହି ଭେଟ ସହାନୁଭୂତିଶୀଳ ବୋଲି ବ୍ରିଟେନ କହିଛି ।

ଏକ ରେଳ ଷ୍ଟେଶନରେ ଶରଣାର୍ଥୀଙ୍କ ଉପରେ ବୋମା ମାଡ଼ ପରେ ବ୍ରିଟେନ ୟୁକ୍ରେନକୁ ୧୦୦ ମିଲିୟନ ୟୁରୋ ଅସ୍ତ୍ରଶସ୍ତ୍ର ଯୋଗାଇବ ବୋଲି କଥା ଦେଇଛି । ଏବେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପରେ ଆହୁରି ସାହାଯ୍ୟ ସ୍ପଷ୍ଟ ହୋଇଛି ଯେ, ୧୦୦ଟି ଆର୍ମଡ ଯାନ ଏବଂ ଆଣ୍ଟି ସିପ୍ ମିଶାଇଲ ଯୋଗାଇବ ବୋଲି ଜଣାପଡ଼ିଛି ।

ଋଷିଆ ବିରୋଧରେ ୟୁକ୍ରେନ ଲଢ଼ୁଥିବା ସମସ୍ତ ଯୁଦ୍ଧର ବ୍ରିଟେନ ନେତା ବୋଲି ରାଷ୍ଟ୍ରପତି ଜେଲେନସ୍କିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.