Latest Odisha News

ବ୍ରିଟେନରେ ମାଡୁଛି ମହାମାରୀ: ଦିନକରେ ସଂକ୍ରମଣରେ ରେକର୍ଡ

ଲଣ୍ଡନ: ବ୍ରିଟେନରେ ବୋଲ ମାନୁନି କରୋନା ସଂକ୍ରମଣ । ଓମିକ୍ରନ୍ ପରେ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ବଢୁଛି । ଦୈନିକ ସଂକ୍ରମଣ ବ୍ରିଟେନରେ ରେକର୍ଡ ସ୍ତର ପାର କରିଛି । ଗତ ୨୪ ଘଣ୍ଟାରେ ସେଠାରୁ ବାହାରିଛନ୍ତି ରେକର୍ଡ ୭୮ହଜାର ୬୧୦ ନୂଆ ଆକ୍ରାନ୍ତ । ଯାହାକି ଗତ ବର୍ଷେ ଭିତରେ ସର୍ବାଧିକ । ଗତ ଜାନୁଆରୀ ୮ ତାରିଖରେ ବ୍ରିନେଟନରେ ସର୍ବାଧିକ ୬୮ହଜାର ୫୩ ପଜିଟିଭ୍ କେସ୍ ବାହାରିଥିଲା । ସେତେବେଳେ ସେଠାରେ ଲକଡାଉନ୍ ଲାଗିଥିଲା ।

ଓମିକ୍ରନ୍ ମାମଲା ଏବେ ବ୍ରିଟେନରେ ଦୁଇ ଗୁଣା ସଂକ୍ରମିତ କରୁଛି । ମଙ୍ଗଳବାର ଦିନ ଚିହ୍ନଟ ହୋଇଥିଲେ ୫୯ହଜାର ୬୧୦ କରୋନା ଆକ୍ରାନ୍ତ । ଦିନେ ପରେ ଏକାଥରକେ ୨୦ ହଜାର ନୂଆ ସଂକ୍ରମିତ ଚିହ୍ନଟ ହେବା ସ୍ପଷ୍ଟ କରୁଛି ବ୍ରିଟେନରେ ଦ୍ରୁତ ମାଡୁଛି ମହାମାରୀ । ଓମିକ୍ରନ୍ ଜନିତ ସଂକ୍ରମଣ ଅଧିକ ହେବାରେ ଲାଗିଛି ।

ମୁକାବିଲା ପାଇଁ କଡ଼ ପଦକ୍ଷେପ ନେବା ସହ କୋଭିଡ୍ ଟିକାର ବୁଷ୍ଟର ଡୋଜ୍ ନେଇ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ । ଚଳିତ ମାସ ଶେଷ ସୁଦ୍ଧା ବ୍ରିଟେନରେ ସମସ୍ତ ବରିଷ୍ଠ ନାଗରିକଙ୍କୁ ବୁଷ୍ଟର ଦେବାକୁ ଟାର୍ଗେଟ ରଖାଯାଇଛି । ନୂଆ ଭାରିଆଣ୍ଟ ଜନିକ ସଂକ୍ରମଣକୁ ରୋକିବା ପାଇଁ କେବଳ ବୁଷ୍ଟର ସହାୟକ ହେବ ବୋଲି ଅନୁମାନ କରାଯାଉଛି ।

Comments are closed.