ନୂଆଦିଲ୍ଲୀ: ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଏକ ଭର୍ଚୁଆଲ୍ ବୈଠକ କରିବେ। କରୋନା ମହାମାରୀକୁ ମୁକାବିଲା କରିବା ସହିତ ଦୁଇ ଦେଶ ମଧ୍ୟରେ ସହଯୋଗକୁ ଆହୁରି ଗଭୀର କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ପିଏମ୍ ଜନସନ୍।
ସୂଚନା ଅନୁଯାୟୀ ବ୍ରିଟେନ ଘୋଷଣା କରିଥିବା ୨୦୦ଟି ଭେଣ୍ଟିଲେଟର, ୪୯୫ ଅକ୍ସିଜେନ କନ୍ସେନ୍ଟ୍ରେଟର ଏବଂ ତିନୋଟି ଅମ୍ଳଜାନ ଉତ୍ପାଦନ ୟୁନିଟ୍ ବ୍ୟତୀତ ବ୍ରିଟେନର ଅତିରିକ୍ତ ଯୋଗାଣରୁ ଭାରତୀୟ ଡାକ୍ତରଖାନାକୁ ୧୦୦୦ ରୁ ଅଧିକ ଭେଣ୍ଟିଲେଟର ପଠାଯିବ ବୋଲି ବ୍ରିଟେନ ସରକାର ନିଶ୍ଚିତ କରିଛନ୍ତି।
ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଦୃଢ କରିବା ପାଇଁ ଭାରତ ସହ କାର୍ଯ୍ୟ କରିବା ଉପରେ ଗୁରୁତ୍ୱାରୋପ କରିବେ ବୋଲି ସୂଚନା ମିଳିଛି।
Comments are closed.