Latest Odisha News

ରିସେପସନ୍‌ରେ ସ୍ତ୍ରୀଙ୍କୁ ଗଧ ଛୁଆ ଗିପ୍ଟ କରି ଚର୍ଚ୍ଚାରେ ପାକିସ୍ତାନ ୟୁଟ୍ୟୁବର

ନୂଆଦିଲ୍ଲୀ: ସାଧାରଣତଃ ବିବାହକୁ ସମସ୍ତେ ଅଧିକ ସ୍ପେଶିଆଲ କରିବାକୁ ଚାହିଁଥାଆନ୍ତି । ସେଥିପାଇଁ ନିଜ ପ୍ରିୟଜନଙ୍କୁ ନିମନ୍ତ୍ରିତ କରିଥାଆନ୍ତି । ଆଉ ସମ୍ପର୍କିୟମାନେ ନବବିବାହିତ ବର-କନ୍ୟାଙ୍କୁ ଢ଼େର ସାରା ଉପହାର ମଧ୍ୟ ଦେଇଥାଆାନ୍ତି । ସେହିପରି ବର ମଧ୍ୟ ନିଜ ସ୍ତ୍ରୀକୁ କିଛି ଗିଫ୍ଟ ଦେଇଥାଏ । ତେବେ ଏହି ସମୟରେ ଜଣେ ନବବିବାହିତ ସ୍ତ୍ରୀକୁ ରିସେପ୍‌ସନ୍‌ରେ ତାଙ୍କ ସ୍ୱାମୀ ଗୋଟିଏ ଗଧ ଛୁଆ ଉପହାର ଦେଇଛନ୍ତି ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି ।

ତେବେ ଭାଇରାଲ ହେଉଥିବା ଭିଡିଓଟି ହେଉଛି ପାକିସ୍ତାନର ଜଣାଶୁଣା ୟୁଟ୍ୟୁବର୍ ଅଜଲାନ୍ ଶାହା ଏବଂ ପତ୍ନୀ ବାରିସାଙ୍କ ବିବାହ ରିସେପସନର ସମୟର ଦୃଶ୍ୟ । ଅଜଲାନଙ୍କ ଏହି ବିବାହ ରିସେପସନ୍‌ର ଭିଡିଓ ଏବେ ସମସ୍ତଙ୍କୁ ବେଶ୍ ଆକର୍ଷିତ କରିବା ସହ ଚର୍ଚ୍ଚାର ବିଷୟ ମଧ୍ୟ ପାଲଟିଛି । କାରଣ ବିବାହ ରିସେପସନ୍ ମଣ୍ଡପ ଉପରେ ଅଜଲାନ୍ ବାରିସାଙ୍କୁ ଗିଫ୍ଟ ରୂପେ ଦେଇଛନ୍ତି ଗୋଟିଏ ଗଧ ଛୁଆ । ଏହି ଘଟଣାର ଭିଡିଓକୁ ଅଜଲାନ୍ ନିଜ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି।

ଆଉ କହିଛନ୍ତି, ଯେ ପତ୍ନୀ ବାରିସା ପଶୁପ୍ରେମୀ ସେ ଗଧ ଛୁଆ ଖୁବ୍ ପସନ୍ଦ କରନ୍ତି । ଏହି କାରଣରୁ ସେ ନିଜ ବିବାହରେ ତାଙ୍କ ପତ୍ନୀଙ୍କୁ ଏହି ଉପହାର ଦେଇଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି, ଗଧ ହେଉଛି ବିଶ୍ୱର ସବୁଠାରୁ କୌତୁକିଆ ଓ ପରିଶ୍ରମି ପ୍ରାଣୀ । କେବଳ ସେତିକି ନୁହେଁ, ଗଧ ଛୁଆକୁ ତା’ ମାଆଠାରୁ ଅଲଗା କରିବେନି ବୋଲି ସେ ଉଭୟ ମାଆ ଓ ଛୁଆଙ୍କୁ କିଣି ଆଣିଥିବା କହିଛନ୍ତି।

ଏହି ଦୁଇ ଗଧକୁ ସେ ୩୦ ହଜାର ଟଙ୍କା ଦେଇ କିଣିଛନ୍ତି। ଏବେ ଏହି ପଶୁମାନଙ୍କୁ ଆଉ ଖଟିବାକୁ ପଡିବନି। ଏ ଦୁହେଁ ଫାର୍ମ ହାଉସରେ ବେଶ୍ ଆନନ୍ଦରେ ରହିବେ ବୋଲି ଅଜଲାନ କହିଛନ୍ତି।

 

Leave A Reply

Your email address will not be published.