Latest Odisha News

BREAKING NEWS

ଯୁଦ୍ଧରେ ମଲେଣି ରୁଷର ୧୨ ହଜାର ସୈନ୍ୟ, ୟୁକ୍ରେନ୍ ୧୩ ଶହ ନିହତ

ଓଡ଼ିସା ସମ୍ବାଦ ବ୍ୟୁରୋ: ୟୁକ୍ରେନ୍ ରାଜଧାନୀ କିଭ୍ ଦଖଲ ପାଇଁ ବଢୁଛି ରୁଷ୍ ସେନା । କିଭରେ ଶୁଭୁଛି ରେଡ୍ ସାଇରନ୍ । ରାଜଧାନୀଠାରୁ ଆଉ ୨୫ କିଲୋମିଟର ଦୂରରେ ରହିଛି ପୁଟିନ୍ ସେନା । ତିନି ପଟରୁ ଘେରୁଛନ୍ତି । ସୁମି, ଚେର୍ଣ୍ଣିହିଭ୍ ଓ ବେଲାରୁଷ ପଟରୁ ଘେରି ରହିଛନ୍ତି । ଟ୍ୟାଙ୍କ ଯୋଗେ ଘନ ଘନ ହମଲା କରୁଛନ୍ତି ରୁଷ୍ ସେନା । ମିସାଇଲ୍ ଓ ରକେଟ୍ ମାଡ଼ ବି କରୁଛି ।

୧୮ ଦିନ ହେଲାଣି ଘମାଘୋଟ ଯୁଦ୍ଧ ଚାଲିଛି । ୟୁକ୍ରେନର ବହୁ ସହରକୁ ଛାରଖାର କରିଦେଲାଣି ରୁଷ ସେନା । ସାହସିକ ଲଢ଼େଇ ଲଢୁଛି ୟୁକ୍ରେନ୍ । ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି, ଏଯାଏ ୟୁକ୍ରେନର ୧୩ଶହ ସୈନ୍ୟ ନିହତ ହେଲେଣି । ପାଲଟା ହମଲାରେ ରୁଷର ୧୨ହଜାରରୁ ଅଧିକ ସୈନ୍ୟଙ୍କ ଜୀବନ ଗଲାଣି ।

ଜେଲେନସ୍କି କହିଛନ୍ତି, ୟୁକ୍ରେନର ବିରାଟ ସେନା କିଭ୍ ଦଖଲ ପାଇଁ ଆସୁଛି । କିଭ୍ କଜବା କରିବାକୁ ହେଲେ ଏହାକୁ ଧ୍ୱଂସ କରିବାକୁ ହେବ । ଆମେ ବୁଝି ପାରୁଛୁ ଯେ, ରୁଷିଆର ହଜାର ହଜାର ସୈନ୍ୟ ଟ୍ୟାଙ୍କ ସହ କିଭ୍ ଦଖଲ ପାଇଁ ଆସୁଛନ୍ତି ବୋଲି ଜେଲେନସ୍କି କହିଛନ୍ତି । ଏଭଳି ସ୍ଥିତିରେ ଆଗକୁ ଶକ୍ତିଶାଳୀ ରୁଷ ସୈନ୍ୟଙ୍କ କିଭଳ ମୁକାବିଲା କରିବେ ଜେଲେନସ୍କି ତାଉପରେ ନଜର ରହିଛି ।

Comments are closed, but trackbacks and pingbacks are open.