Latest Odisha News

BREAKING NEWS

ଆଗକୁ ବଢିବ ତାତି, ରାଜ୍ୟରେ ୪୦ ଡ଼ିଗ୍ରୀ ଛୁଇଁବ ତାପମାତ୍ରା

ଭୁବନେଶ୍ୱର : ଆସନ୍ତା ଦୁଇ ଦିନରେ ରାଜ୍ୟରେ ବଢିବ ତାପମାତ୍ରା  । ତାପମାତ୍ରା ୪୦ ଡିଗ୍ରୀ ଛୁଇଁବ ବୋଲି ଆକଳନ କରାଯାଇଛି । ରାଜ୍ୟର ସର୍ବାଧିକ ତାପମାତ୍ରା ୩୬ଡିଗ୍ରୀ ଉପରେ ରହୁଥିବା‌ ବେଳେ ଆସନ୍ତା ୨ଦିନ ଭିତରେ ଆଉ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ।

ମାର୍ଚ୍ଚ ୧୫ ତାରିଖରେ ବଲାଙ୍ଗୀର, ସୋନପୁର, ବୌଦ୍ଧ ଓ ଅନୁଗୁଳର କିଛି ସ୍ଥାନରେ ଓ ୧୬ ତାରିଖରେ ଏହି ୪ ଜିଲ୍ଲା ସମେତ ନୟାଗଡ଼ ଓ ଖୋର୍ଦ୍ଧାରେ ଭୀଷଣ ଗ୍ରୀଷ୍ମ ପ୍ରବାହର ସମ୍ଭାବନା ରହିଛି । ତେଣୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏହି ସମୟରେ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି ।

ଦକ୍ଷିଣ ପଶ୍ଚିମ ଓଡ଼ିଶାରେ ଅପେକ୍ଷାକୃତ ଅଧିକ ଗରମ ହେବ। ଵଲାଙ୍ଗୀର, ସୋନପୁର, କଳାହାଣ୍ଡି, ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ମାଲକାନଗିରି ଓ ଝାରସୁଗୁଡ଼ାରେ ୧୫ ତାରିଖରେ ପାରଦ ୪୦ ଡିଗ୍ରୀ ଛୁଇଁବ।

ସେହିଭଳି  ୨୧ ତାରିଖରେ କିଛି ସ୍ଥାନରେ ୪୨ରୁ ୪୩ଡିଗ୍ରି ତାପମାତ୍ରା ବଢ଼ିବର ଆଶଙ୍କା କରାଯାଉଛି ।

Comments are closed, but trackbacks and pingbacks are open.