Latest Odisha News

BREAKING NEWS

ପଞ୍ଚାୟତ ନିର୍ବାଚନ ପୂର୍ବରୁ ଚୂଡାନ୍ତ ପ୍ରସ୍ତୁତି, ସମ୍ବେଦନଶୀଳ ବୁଥ୍ ଉପରେ କଡ଼ା ନଜର

ଭୁବନେଶ୍ବର : ପାଖଉଛି ପଞ୍ଚାୟତ ନିର୍ବାଚନ ତାରିଖ । ଦିନ ଯେତିକି କମି କମି ଆସୁଛି ସେତିକି ସରଗରମ ହେଉଛି ମାହୋଲ । ଏହାରି ଭିତରେ ପଞ୍ଚାୟତ ନିର୍ବାଚନକୁ ନେଇ ଚୂଡାନ୍ତ ପ୍ରସ୍ତୁତି କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର । ସବିଶେଷ ସୂଚନା ଅନୁସାରେ, ପଞ୍ଚାୟତ ନିର୍ବାଚନର ୩୬ ଘଣ୍ଟା ପୂର୍ବରୁ ସରିବ ପ୍ରଚାର । ପ୍ରଚାର ସମୟ ସରିବା ପରେ କୌଣସି ରାଜନେତା ଗାଁରେ ରହିପାରିବେ ନାହିଁ । କଟକଣା ଅବଧି ପରେ ସାଧାରଣ ସଭା, ପ୍ରଚାର, ମାଇକକୁ ବାରଣ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ।

ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତିକୁ ନେଇ ଆଜି ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନ୍ସ ଜରିଆରେ ଆଲୋଚନା ହୋଇଛି । ପଞ୍ଚାୟତ ନିର୍ବାଚନର ଚୂଡାନ୍ତ ପ୍ରସ୍ତୁତି ନେଇ ଆଲୋଚନା କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୩୦ ଜିଲ୍ଲାର ୭୧ ବ୍ଲକରେ ୨୦୦ ଜିଲ୍ଲା ପରିଷଦ, ୧୬୬୯ ପଞ୍ଚାୟତ ଏବଂ ୨୨ ହଜାର ୩୭୯ ୱାର୍ଡରେ ନିର୍ବାଚନ ହେବ । ସମ୍ବେଦନଶୀଳ ବୁଥ ଉପରେ ନଜର ରଖାଯାଇଛି । ଏହି ସବୁ ଜାଗାରେ ଅଧିକ ସୁରକ୍ଷା ବ୍ୟବସ୍ଥା କରାଯିବ ।

Comments are closed, but trackbacks and pingbacks are open.