Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଯୁଦ୍ଧ ବିରୋଧରେ ଧାରଣା ବେଳେ ରୁଷ୍ ସେନାର ଆଖିବୁଜା ଗୁଳିମାଡ଼

ଓଡ଼ିଶା ସମ୍ବାଦ ବ୍ୟୁରୋ: ୟୁକ୍ରେନରେ ଆତଙ୍କ ଖେଳାଉଛି ରୁଷ୍ ସେନା । ଏବେ ସାଧାରଣ ଲୋକଙ୍କୁ ଟାର୍ଗେଟ କରୁଛି । ଆବାସିକ ସ୍ଥଳୀ ଉପରେ ହମଲା କରୁଛି । ଯୁଦ୍ଧ ବିରୋଧରେ ଧାରଣ ବେଳେ ଲୋକଙ୍କ ଉପରେ ବି ଗୁଳିମାଡ଼ କରୁଛି । ଖେରସୋନରୁ ଏଭଳି ଚିତ୍ର ସାମନାକୁ ଆସିଛି ।

ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଭିଡିଓରେ ଯୁଦ୍ଧ ବିରୋଧରେ ଶାନ୍ତିପୂର୍ଣ୍ଣ ଧାରଣା ଦେଉଥିବା ଲୋକଙ୍କ ଉପରେ ରୁଷ ସେନା କିଭଳି ଆଖିବୁଜା ଗୁଳି ଚଳାଉଛି ଦେଖିବାକୁ ମିଳିଛି । ଗୁଳିମାଡ଼ ପରେ ବିକ୍ଷୋଭକାରୀ ଭୟରେ ଏଣେତେଣେ ଜୀବନ ବଞ୍ଚାଇବାକୁ ଦୌଡୁଛନ୍ତି ।

ବିଚ୍ ରାସ୍ତାରେ ଏଭଳି ଆଖିବୁଜା ଗୁଳିମାଡ଼ କରିଛି ରୁଷ୍ ସେନା । ତେବେ ଗୁଳିମାଡ଼ରେ କେତେ ମୃତାହତ ହୋଇଛନ୍ତି ସ୍ପଷ୍ଟ ସୂଚନା ମିଳିନାହିଁ । ବହୁ ଲୋକ ଆହତ ହୋଇଥିବା କୁହାଯାଉଛି । ଏଯାଏ ଯୁଦ୍ଧରେ ୟୁକ୍ରେନରେ ଶତାଧିକ ସାଧାରଣ ଲୋକଙ୍କର ଜୀବନ ଗଲାଣି । ବହୁ ଛୁଆ ବି ମୃତ୍ୟୁବରଣ କଲେଣି । ଜୀବନ ବଞ୍ଚାଇବାକୁ ଲୋକ ୟୁକ୍ରେନ୍ ଛାଡ଼ି ପଳାଉଛନ୍ତି ।

Leave A Reply

Your email address will not be published.