Latest Odisha News

BREAKING NEWS

ରୁଷ ସେନାର ଆକ୍ରମଣରେ ପ୍ରାଣ ହରାଇଲେ ୟୁକ୍ରେନର ଅଭିନେତ୍ରୀ

କିଭ୍: ୟୁକ୍ରେନ ଅଭିନେତ୍ରୀ ଓକ୍ସାନା ସିଭେଟ ପ୍ରାଣ ହରାଇଛନ୍ତି । ରୁଷ ସେନାର ଆକ୍ରମଣରେ ଏହି 67 ବର୍ଷୀୟ ଅଭିନେତ୍ରୀ ପ୍ରାଣ ହରାଇଛନ୍ତି । ରାଜଧାନୀ କିଭରେ ଏକ ଘରେ ଓକ୍ସାନା ସିଭେଟ ଥିଲେ । ତେବେ ରୁଷ ସେନାର ରକେଟ ମାଡରେ ସେ ପ୍ରାଣ ହରାଇଥିବା ଅନ୍ତର୍ଜାତୀୟ ମିଡିଆରେ ଖବର ପ୍ରକାଶ ପାଇଛି।

BjdElectrycity

ରିପୋର୍ଟ ଅନୁଯାୟୀ, ରୁଷ ଏବେ ବିଭିନ୍ନ ଘର, ସ୍କୁଲ ଘର ଏବଂ କମ୍ୟୁନିଟି କେନ୍ଦ୍ର ଉପରେ ରକେଟ ମାଡ କରୁଛି। ଏହି ସବୁ କେନ୍ଦ୍ରରେ ଲୋକମାନେ ରହୁଛନ୍ତି। ଓକ୍ସାନା ‘ଦ ସିକ୍ରେଟ୍ ଅଫ୍ ସେଣ୍ଟ୍ ପ୍ୟାଟ୍ରିକ୍’, ‘ଟୁମରୋ ବିଲ ବି ଟୁମରୋ’ ଏବଂ ‘ଦ ରିଟର୍ଣ୍ଣ ଅଫ୍ ମୁଖତାର’ ଭଳି ଅନେକ ଫିଲ୍ମରେ ଅଭିନୟ କରିଛନ୍ତି।

ୟୁକ୍ରେନ୍ ସହର ଉପରେ ରୁଷର ଆକ୍ରମଣରେ ଜଣେ ଆମେରିକୀୟ ନାଗରିକଙ୍କ ମୃତ୍ୟୁ ଘଟିଥିବା କଥା ଆମେରିକା ବୈଦେଶିକ ବିଭାଗ ଗୁରୁବାର କହିଛି। ତେବେ ମନ୍ତ୍ରାଳୟ ପକ୍ଷରୁ ତୁରନ୍ତ ମୃତାହତଙ୍କ ପରିଚୟ ପ୍ରକାଶ କରାଯାଇ ନାହିଁ। ୟୁକ୍ରେନ୍ ଯୁଦ୍ଧରେ ପ୍ରାଣ ହରାଇଥିବା ସେ ହେଉଛନ୍ତି ଦ୍ୱିତୀୟ ଆମେରିକୀୟ ନାଗରିକ । ସାମ୍ବାଦିକ ତଥା ଚଳଚ୍ଚିତ୍ର ନିର୍ମାତା ବ୍ରେଣ୍ଟ ରେନୋଲ୍ଡଙ୍କର ମଧ୍ୟ ଗତ ସପ୍ତାହରେ ମୃତ୍ୟୁ ଘଟିଥିଲା।

ଚାର୍ନିହିଭ ପୁଲିସ ଏକ ଫେସବୁକ ପୋଷ୍ଟରେ କହିଛି ଯେ, ସହରରେ ପ୍ରବଳ ରକେଟ ସାଙ୍ଗକୁ ଗୁଳିବର୍ଷା ଜାରି ରହିଛି ଏବଂ ଏଥିରେ ଆମେରିକୀୟଙ୍କ ସମେତ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ରାଜଧାନୀ କିଭର ଉତ୍ତରରେ ଗତ 24 ଘଣ୍ଟା ମଧ୍ୟରେ 53 ଜଣଙ୍କ ମୃତଦେହ ଜବତ ହୋଇଛି।

ଉଲ୍ଳେଖଯୋଗ୍ୟ, ରୁଷର ଆକ୍ରମଣ ଦେଖି ରାଷ୍ଟ୍ରପତି ଜେଲେନସ୍କି ସାଧାରଣ ଲୋକଙ୍କୁ ମଧ୍ୟ ଯୁଦ୍ଧ ଅସ୍ତ୍ର ଧରିବାକୁ ନିବେଦନ କରିଛନ୍ତି। ନିକଟରେ ଜଣେ ଅଭିନେତ୍ରୀ ମଧ୍ୟ ନିଜ ଦେଶର ସୁରକ୍ଷା ପାଇଁ ବନ୍ଧୁକ ଧରିଥିବାର ଏକ ଫଟୋ ସେୟାର କରିଥିଲେ।
Leave A Reply

Your email address will not be published.