Latest Odisha News

BREAKING NEWS

‘ଦ କଶ୍ମୀର ଫାଇଲ୍ସ’ ଫିଲ୍ମର ନିର୍ଦ୍ଦେଶକଙ୍କୁ ଓ୍ୱାଇ ଶ୍ରେଣୀର ସୁରକ୍ଷା ଦେଲା କେନ୍ଦ୍ର

ନୂଆଦିଲ୍ଲୀ: ‘ଦ କଶ୍ମୀର ଫାଇଲ୍ସ’ ଫିଲ୍ମକୁ ନେଇ ସୃଷ୍ଟି ହୋଇଥିବା ବିବାଦକୁ ନେଇ ରାଜନୀତି ଜୋର ଧରିଛି। ଏହି ଫିଲ୍ମରେ କଶ୍ମୀର ପଣ୍ଡିତଙ୍କୁ କିଭଳି ବିତାଡିତ କରାଯାଇଥିଲା ଏବଂ ସେମାନଙ୍କର ଯନ୍ତ୍ରଣାକୁ ଦର୍ଶାଯାଇଛି। 100 କୋଟି ବକ୍ସ ଅଫିସ କଲେକ୍ସନ ଅପେକ୍ଷାରେ ଥିବା ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ବିବେକ ଅଗ୍ନିହୋତ୍ରୀ, ଯିଏକି ‘ଦ ତାଶକେଣ୍ଟ ଫାଇଲ୍ସ’ ନିର୍ମାଣ କରିଥିଲେ।

ଅଗ୍ନିହୋତ୍ରୀଙ୍କୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ‘ଓ୍ୱାଇ’ କ୍ୟାଟାଗୋରୀ ସୁରକ୍ଷା ପ୍ରଦାନ କରାଯାଇଛି। ଏହି ଫିଲ୍ମକୁ ନେଇ ଅଗ୍ନିହୋତ୍ରୀଙ୍କୁ ଧମକ ମିଳିବା ପରେ କେନ୍ଦ୍ର ସରକାର ଏପରି ସୁରକ୍ଷା ପ୍ରଦାନ କରିଛନ୍ତି। ଅଗ୍ନିହୋତ୍ରୀଙ୍କ ସୁରକ୍ଷା ପାଇଁ ସମଗ୍ର ଭାରତରେ ସିଆରପିଏଫ୍ ମୁତୟନ ରହିବେ।

ଆଇବି (ଇଣ୍ଟେଲିଜେନ୍ସ ବ୍ୟୁରୋ)ର ସୁପାରିସ କ୍ରମେ ଗୃହ ମନ୍ତ୍ରାଳୟ ଏସପିଜି ସୁରକ୍ଷା, ଜେଡ୍, ଜେଡ୍, ଏକ୍ସ ଓ ଓ୍ୱାଇ ବର୍ଗ ସମେତ ବିଭିନ୍ନ ବର୍ଗରେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ସୁରକ୍ଷା ପ୍ରଦାନ କରିଥାଏ। କମ୍ ବିପଦ ଥିବା ଲୋକଙ୍କୁ ‘ଓ୍ୱାଇ’ ବର୍ଗର ସୁରକ୍ଷା ଦିଆଯାଇଥାଏ। ଏହି କ୍ୟାଟେଗୋରୀ ସିକ୍ୟୁରିଟିରେ ଜଣେ ବ୍ୟକ୍ତିଙ୍କୁ ସୁରକ୍ଷା ଦେବା ପାଇଁ 8 ଜଣ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଥାଏ। ପାଞ୍ଚଜଣ ସଶସ୍ତ୍ର କମାଣ୍ଡୋଙ୍କୁ ଘରେ ମୁତୟନ କରାଯାଇଥିବା ବେଳେ ତିନିଟି ସିଫ୍ଟରେ ତିନିଜଣ ପିଏସଓଙ୍କୁ ମୁତୟନ କରାଯାଏ।

ନିକଟରେ ‘ଦ କାଶ୍ମୀର ଫାଇଲ୍ସ’ର ଟିମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ। ଏହି ଫିଲ୍ମରେ ଅନୁପମ ଖେର ଏବଂ ମିଥୁନ ଚକ୍ରବର୍ତ୍ତି ଭଳି କଳାକାର ରହିଛନ୍ତି। ସେହିପରି ଫିଲ୍ମରେ ରାଧିକା ଚରିତ୍ରରେ ଅଭିନୟ କରୁଥିବା ମହିଳା ଜଣଙ୍କ ହେଉଛନ୍ତି ବିବେକ ଅଗ୍ନିହୋତ୍ରୀଙ୍କ ଧର୍ମପତ୍ନୀ ପଲ୍ଲବୀ ଜୋଶୀ । ଯିଏକି ଫିଲ୍ମରେ ନେଗେଟିଭ୍ ଚରିତ୍ରରେ ଅଭିନୟ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଏହି ଫିଲ୍ନ ଦୀର୍ଘ ବର୍ଷର ଲୁଚିଯାଇଥିବା ସତ କଥା ଲୋକଲୋଚନକୁ ଆଣିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ସେହିପରି ବିରୋଧୀ ଦଳ କଂଗ୍ରେସର ନେତା ତଥା ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଫିଲ୍ମକୁ ଦେଖିବା ପରେ କହିଛନ୍ତି, ଫିଲ୍ମରେ ଗୋଟିଏ ଏଜେଣ୍ଡାକୁ ଦେଖାଯାଇଛି। ଏହା ଏକପାଖିଆ । ଏଥିରେ ହିଂସା ଭରି ରହିଛି। ଫିଲ୍ମକୁ ନେଇ କଂଗ୍ରେସ ସମେତ ଅନେକ ଦଳର ନେତା ଆପତ୍ତି ଉଠାଇଛନ୍ତି।

Leave A Reply

Your email address will not be published.