Latest Odisha News

ଯୁଦ୍ଧ ଭୂମିରୁ ପ୍ରଥମଥର ପାଇଁ ବାହାରିଲେ ଜେଲେନସ୍କି, ରୁଷ ବିରୋଧରେ କରି ପାରନ୍ତି ବଡ ଯୋଜନା

ୟୁକ୍ରେନ:  ୱାଶିଂଟନ ଗସ୍ତରେ ଯାଇଛନ୍ତି  ୟୁକ୍ରେନ ରାଷ୍ଟ୍ରପତି ବେଲଦୋମିର ଜେଲେନସ୍କି । ଆଜି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ସାକ୍ଷାତ ଆଲୋଚନା କରିବେ । ତାଙ୍କର ଏହି ଗସ୍ତକୁ ନେଇ  ହ୍ୱାଇଟ ହାଉସ ପକ୍ଷରୁ କୁହାଯାଇଛି,  ଏହା ରୁଷିଆକୁ ଏକ କଡା ବାର୍ତ୍ତା ଦେବ  ।  ପଶ୍ଚିମ ଦେଶସମୂହ  ଏକ ଅଛନ୍ତି ଜେଲେନ୍ସିଙ୍କର ଏହି ଗସ୍ତ ଏମିତି କିଛି ବାର୍ତ୍ତା ଦେବ ।

ଗୋପନୀୟ ଭାବେ ଜେଲେନ୍ସିଙ୍କର ଆୟୋଜିତ ଏହି ଗସ୍ତ ସେହିଦିନ ସାମ୍ନାକୁ ଆସିଥିଲା, ଯେଉଁଦିନ ରୁଷ ପ୍ରେସିଡେଣ୍ଟ ପୁଟିନ ତାଙ୍କର ଟପ ମିଲିଟାରି ଅଧିକାରୀଙ୍କ ସହ ବୈଠକ କରି ଯୁଦ୍ଧ ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ । ୱାଶିଂଟନରେ ପହଞ୍ଚି ସେଠାରେ ସେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନକୁ ଭେଟି ୱାଶିଂଟନରେ କଂଗ୍ରେସକୁ ସମ୍ବୋଧିତ କରିବେ ।

ରୁଷ ଆକ୍ରମଣ ପରେ ପ୍ରଥମ ଥର ପାଇଁ ଜେଲନସ୍କି ୟୁକ୍ରେନ ବାହାରକୁ ଆସିଛନ୍ତି । ୱାଶିଂଟନରେ ଆମେରକା ରାଷ୍ଟ୍ରପତି ବାଇଡେନଙ୍କ ସହ ସାକ୍ଷାତ କରଛନ୍ତି । ଏକ ଟୁଇଟ କରି ଜେଲେନସ୍କି କହିଛନ୍ତି, ପରିସ୍ଥିତିର ମୁକାବିଲା କରିବା ପାଇଁ ତଥା ପ୍ରତିରକ୍ଷା କ୍ଷମତାକୁ ଶକ୍ତିଶାଳୀ କରିବା ତାଙ୍କର ଗସ୍ତର ଉଦ୍ଦେଶ୍ୟ । ବିଶେଷ କରି ୟୁଏସ-ୟୁକ୍ରେନ ସହଯୋଗ ଉପରେ ଆଲୋଚନା କରିବେ ବୋଲି କହଛନ୍ତି । ଏହା ସହିତ ଆମେରିକା କଂଗ୍ରେସରେ ମଧ୍ୟ ସେ ଭାଷଣ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ସେ ରୁଷ ବିରୋଧରେ କିଛି ଯୋଜନା କରିପାରନ୍ତି ବୋଲି ମଧ୍ୟ ଆକଳନ କରାଯାଉଛି ।

ଆମେରିକା ଗସ୍ତର ଗୋଟିଏ ଦିନ ପୂର୍ବରୁ ଜେଲେନସ୍କି ବଖମୁତ ସହର ବୁଲି ଦେଖିଥିଲେ । ଏହି ସହର ଋଷ ଆକ୍ରମଣରେ ସମ୍ପୂଣ୍ଣ ଧ୍ୱଂସ ହୋଇ ଯାଇଛି ।

 

Leave A Reply

Your email address will not be published.