Latest Odisha News

ରାଜ୍ୟରେ କୋଭିଡର ଓମିକ୍ରନ ଭାରିଆଣ୍ଟ BF.7 ଚିହ୍ନଟ !

ଭୁବନେଶ୍ୱର : ଓଡ଼ିଶାରେ କୋଭିଡର ନୂଆ ଭାରିଆଣ୍ଟ ଚିହ୍ନଟ । ରାଜ୍ୟରେ କୋଭିଡର ଓମିକ୍ରନ ଭାରିଆଣ୍ଟ BF.7 ଚିହ୍ନଟ ନେଇ ଜାତୀୟ ଗଣମାଧ୍ୟମରେ ସୂଚନା । ଗୁଜରାଟରେ ୨ ଜଣ ଓ ଓଡ଼ିଶାରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଏହି ଖବରରେ ସୂଚନା ଦିଆଯାଇଛି । ଚୀନରେ କୋଭିଡ ଆତଙ୍କକାରୀ ରହିଛି ଏହି ଭାରିଆଣ୍ଟ  ।

ଜାତୀୟ ଗଣମାଧ୍ୟମ ରିପୋର୍ଟକୁ ନେଇ ଚିନ୍ତା । କୋଭିଡ୍ ସଂକ୍ରମଣ ରୋକିବା ପାଇଁ ଗୋଟିଏ ପଟେ କେନ୍ଦ୍ର ସରକାର ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ରାଜ୍ୟ ସ୍ତରରେ ଏନେଇ କୌଣସି ସୂଚନା ଦିଆଯାଇନାହିଁ  କିମ୍ୱା ସଂକ୍ରମିତଙ୍କ କଥା ସାର୍ବଜନୀନ କରିନାହାଁନ୍ତି । ତେଣୁ ନୂଆ ଭାରିଆଣ୍ଟରେ ସଂକ୍ରମଣ ସତ୍ୟତା ଉପରେ ପ୍ରଶ୍ନ ଉଠିଛି । ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏନେଇ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହିଁ । ଓମିକ୍ରନ ଭାରିଆଣ୍ଟ BA.5ର ସବ୍-ଲିନେଜ୍ ହେଉଛି BF.7  । ଦ୍ରୁତରେ ସଂକ୍ରମଣ ବଢାଇପାରେ BF.7 ଭାରିଆଣ୍ଟ । ୧ମ ମାମଲା ଅକ୍ଟୋବରରେ ଚିହ୍ନିତ ହୋଇଥିଲା ।

Leave A Reply

Your email address will not be published.