Latest Odisha News

BREAKING NEWS

ମୈଦାନକୁ ଓହ୍ଲାଇଲେ ୟୁକ୍ରେନ ରାଷ୍ଟ୍ରପତି: ଅଲଗା ଦେଶ ସହ ସାହାଯ୍ୟ ପାଇଁ ଆଲୋଚନା

ଦିଲ୍ଲୀ : ଋଷ ପରି ବଡ଼ ଏବଂ ଶକ୍ତିଶାଳୀ ଦେଶର ଆକ୍ରମଣ ପରେ ବି ହାର ମାନିବାକୁ ପ୍ରସ୍ତୁତ ନୁହେଁ ୟୁକ୍ରେନ । ଯେକୌଣସି ପରିସ୍ଥିତିରେ ବି ଆତ୍ମସମର୍ପଣ କରିବାକୁ ରୋକଠୋକ ମନା କରିଛି ୟୁକ୍ରେନ । ୟୁକ୍ରେନ ରାଷ୍ଟ୍ରପତି ଲଗାତାର ନିଜର ମନବଳ ବଢାଇବାରେ ଲାଗିଛନ୍ତି । ଅଲଗା-ଅଲଗା ଦେଶ ସହ ସାହାଯ୍ୟ ପାଇଁ ଆଲୋଚନା କରୁଛନ୍ତି ।

ଏହାରି ଭିତରେ ୟୁକ୍ରେନ ରାଷ୍ଟ୍ରପତିଙ୍କ ଜେଲେନସ୍କି ନିଜେ ଯୁଦ୍ଧ ମୈଦାନକୁ ଓହ୍ଲାଇଛନ୍ତି । ଋଷ ସେନା ଆକ୍ରମଣ କରିଥିବା ଅଞ୍ଚଳ ପରିଦର୍ଶନ କରିଛନ୍ତି । ଜେଲେନସ୍କିଙ୍କ ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଏଥିରେ ଜେଲେନସ୍କି ସେନା ଯବାନଙ୍କ ପୋଷାକ ପିନ୍ଧିଥିବା ନଜରକୁ ଆସିଛନ୍ତି । ଜେଲେନସ୍କି ଯବାନଙ୍କ ମଧ୍ୟରେ ରହି ମନବୋଳ ବଢାଉଛନ୍ତି ।

ଏହାରି ଭିତରେ ନାଟୋ ପକ୍ଷରୁ ଋଷକୁ କଡା ଚେତାବନୀ ଦିଆଯାଇଛି । ନାଟୋ ୟୁକ୍ରେନ ଉପରେ ଋଷର ଆକ୍ରମଣକୁ କଡ଼ା ନିନ୍ଦା କରି, ନିଜ ସେନାକୁ ୟୁକ୍ରେନରୁ ଫେରାଇ ନେବାକୁ କହିଛି । ନାଟୋର ସେକ୍ରେଟାରୀ ଜନେରାଲ  କହିଛନ୍ତି, ୟୁକ୍ରେନ ଉପରେ ଋଷ ନିଜର ଶକ୍ତି ବ୍ୟବହାର କରୁଛି। ଋଷର ଏହି ପଦକ୍ଷେପ ଅନ୍ତର୍ଜାତୀୟ ନିୟମର ଉଲ୍ଲଂଘନ। ଋଷ ନିଜର ସୈନ୍ୟ ଅପରେସନ ବନ୍ଦ ନକଲେ ଭୟଙ୍କର ପରିଣାମ ଭୋଗିବ ବୋଲି ନାଟୋ କହିଛି ।

Comments are closed, but trackbacks and pingbacks are open.