Latest Odisha News

BREAKING NEWS

ଓଡିଶା ବୋଲରଙ୍କ ନୈରାଶ୍ୟଜନକ ପ୍ରଦର୍ଶନ : ସୌରାଷ୍ଟ୍ର ୩୨୫/୪

ଭୁବନେଶ୍ୱର: ଅହମ୍ମଦାବାଦରେ ଚାଲିଥିବା ରଣଜୀ ଟ୍ରଫି କ୍ରିକେଟର ଏକ ମୁକାବିଲାରେ ସୌରାଷ୍ଟ୍ର ବିପକ୍ଷରେ ଗୁରୁବାର ଓଡିଶା ବୋଲରଙ୍କ ପ୍ରଦର୍ଶନ ଉତ୍ସାହଜନକ ରହି ନାହିଁ । ଫର୍ମରେ ନ ଥିବା ଚେତେଶ୍ୱର ପୂଜାରାଙ୍କୁ ୮ ରନରେ ଦେବବ୍ରତ ପ୍ରଧାନ ଆଉଟ କରିଥିଲେ । ଏହା ଅବଶ୍ୟ ଓଡିଶାକୁ ବିଶେଷ ଫାଇଦାରେ ରଖି ନ ଥିଲା । ଚିରାଗ ଜାନୀଙ୍କ ଆକର୍ଷଣୀୟ ଅପରାଜିତ ଶତକ (୧୨୫), ଶେଲଡେନ ଜ୍ୟାକସନ(୭୫) ଓ ଅର୍ପିତ ଭାସଭାଡାଙ୍କ(୫୧ ନଟଆଉଟ) ଅର୍ଦ୍ଧଶତକ ବଳରେ ପ୍ରଥମ ଦିବସ ଖେଳ ଶେଷ ବେଳକୁ ସୌରାଷ୍ଟ୍ର ୪ ୱିକେଟ ହରାଇ ୩୨୫ ରନ କରିଛି ।

ଅନ୍ୟମାନଙ୍କ ମଧ୍ୟରେ ହାର୍ଭିକ ଦେସାଇ ୩୮ ଓ ସ୍ନେଲ ପଟେଲ ୨୪ ରନ କରିଥିଲେ । ଓଡିଶା ପକ୍ଷରୁ ଜୟନ୍ତ ବେହେରା ୨ଟି ଏବଂ ବସନ୍ତ ମହାନ୍ତି ଓ ଦେବବ୍ରତ ପ୍ରଧାନ ଗୋଟିଏ ଲେଖାଁଏ ୱିକେଟ ହାସଲ କରିଥିଲେ ।

Comments are closed, but trackbacks and pingbacks are open.