Latest Odisha News

BREAKING NEWS

କାଉନସିଲର ଓ କର୍ପୋରେଟର ଆସନରେ ବହୁ ଆଗରେ ବିଜେଡି

ପ୍ରାରମ୍ଭିକ ଟ୍ରେଣ୍ଡରେ ଆଗରେ ବିଜେଡି

ଭୁବନେଶ୍ୱର: ରାଜ୍ୟରେ ସକାଳ ୮ଟାରୁ ପୌର ନିର୍ବାଚନର ଭୋଟ୍ ଗଣତି ଆରମ୍ଭ ହୋଇଛି । ସାମନାକୁ ଆସୁଛି ପ୍ରାରମ୍ଭିକ ଟ୍ରେଣ୍ଡ । କାଉନସିଲର ଓ କର୍ପୋରେଟର ଆସନରେ ବିଜେଡି ବହୁ ଆଗରେ ରହିଛି । ବର୍ତ୍ତମାନ ସୁଦ୍ଧା ୩୫୪ ଆସନରେ ବିଜେଡି ପ୍ରାର୍ଥୀ ଆଗୁଆ ରହିଛନ୍ତି । ସେହିପରି ୬୧ ଆସନରେ ଆଗରେ ରହିଛି ବିଜେପି ।

୨୬ ଆସନରେ କଂଗ୍ରେସ ପ୍ରାର୍ଥୀ ଆଗୁଆ ରହିଛନ୍ତି । ଗଣତି ବଢ଼ିବା ସହ ପ୍ରାର୍ଥୀ ଓ ବିଭିନ୍ନ ରାଜନୈତିକ ଦଳର ହୃତସ୍ପନ୍ଦନ ବଢୁଛି । କଡ଼ା ସୁରକ୍ଷା ଭିତରେ ଚାଲିଛି ଭୋଟ୍ ଗଣତି । ଏନ୍ଏସିରେ କାଉନସିଲର ଓ ଅଧ୍ୟକ୍ଷଙ୍କ ଭୋଟ୍ ଗଣତି ପାଇଁ ଦୁଇଟି ଲେଖାଏ ଟେବୁଲ୍ କରାଯାଇଛି ।

ମ୍ୟୁନିସପାଲଟିରେ କାଉନସିଲର ଓ ଅଧ୍ୟକ୍ଷଙ୍କ ଭୋଟ୍ ଗଣତି ପାଇଁ ୫ଟି ଲେଖାଏ ଟେବୁଲ୍ ବ୍ୟବସ୍ଥା ହୋଇଛି । ସେହିପରି ତିନିଟି ମହାନଗର ନିଗମର କର୍ପୋରେଟର ଓ ମେୟରଙ୍କ ଭୋଟ୍ ଗଣତି ପାଇଁ ୧୨ଟି ଲେଖାଏ ଟେବୁଲ୍ କରାଯାଇଛି । ୩ ମହାନଗର ନିଗମ ଭୁବନେଶ୍ୱର, କଟକ, ବ୍ରହ୍ମପୁର ସମେତ ୧୦୫ଟି ପୌରାଞ୍ଚଳ ପାଇଁ ଭୋଟ୍ ଗଣତି ଚାଲିଛି ।

Leave A Reply

Your email address will not be published.