Latest Odisha News

ଉଲଫା ଶିବିର ଉପରେ ଭାରତୀୟ ସେନାର ଡ୍ରୋନ୍ ଆକ୍ରମଣ ଅଭିଯୋଗ;ସେନା କହିଲା…

ନୂଆଦିଲ୍ଲୀ:ମିଆଁମାରର ସାଙ୍ଗିଗ ଅଞ୍ଚଳର ଏକ ଉଗ୍ରବାଦୀ ସଂଗଠନ ଉଲଫା(ଆଇ) ଦାବି କରିଛି ଯେ ଭାରତୀୟ ସେନା ମିଆଁମାର ସୀମାରେ ଥିବା ସେମାନଙ୍କ ଶିବିର ଉପରେ ଡ୍ରୋନ୍ ଆକ୍ରମଣ କରିଛି। ଉଲଫା(ଆଇ) ଅନୁଯାୟୀ, ଆକ୍ରମଣରେ ଜଣେ ବରିଷ୍ଠ ନେତାଙ୍କ ମୃତ୍ୟୁ ଘଟିଛି ଏବଂ ପ୍ରାୟ ୧୯ ଜଣ ଆହତ ହୋଇଛନ୍ତି। ଏପଟେ ଭାରତୀୟ ସେନା ଏପରି କୌଣସି ଅପରେସନ୍ ହୋଇନାହିଁ କହିଛି । ଉଲଫା ଦାବି କରିଛି ଯେ ଏହି ଆକ୍ରମଣରେ ତାଙ୍କର ବରିଷ୍ଠ ନେତା ନିହତ ହୋଇଛନ୍ତି।

ଏକ ବିବୃତ୍ତିରେ ଉଲଫା (ଆଇ) କହିଛି ଯେ, , ଅନେକ ମୋବାଇଲ୍ ଶିବିର ଉପରେ ଡ୍ରୋନ୍ ଦ୍ୱାରା ଆକ୍ରମଣ କରାଯାଇଥିଲା। ସଂଗଠନ ଦାବି କରିଛି ଯେ ଏହି ଆକ୍ରମଣରେ ନିଷିଦ୍ଧ ସଂଗଠନର ଜଣେ ବରିଷ୍ଠ ନେତାଙ୍କ ମୃତ୍ୟୁ ଘଟିଛି ,ପ୍ରାୟ ୧୯ ଜଣ ଆହତ ହୋଇଛନ୍ତି।

ତେବେ ଉଲଫାର ଏହି ଦାବି ଉପରେ ଲେଫ୍ଟନାଣ୍ଟ କର୍ଣ୍ଣେଲ ମହେନ୍ଦ୍ର ରାୱତ କହିଛନ୍ତି, “ଭାରତୀୟ ସେନା ପାଖରେ ଏପରି କୌଣସି ଅପରେସନ ବିଷୟରେ କୌଣସି ସୂଚନା ନାହିଁ।”

ସୂତ୍ର ଅନୁସାରେ , ଏହି ଡ୍ରୋନ୍ ଆକ୍ରମଣରେ ULFA-I ବ୍ୟତୀତ NSCN-K ଆଡ୍ଡାଗୁଡ଼ିକୁ ମଧ୍ୟ ଟାର୍ଗେଟ କରାଯାଇଛି। ଏହି ସଂଗଠନର ଅନେକ କର୍ମୀ ମଧ୍ୟ ନିହତ ହୋଇଛନ୍ତି।

ଉଲଫା(I) ୧୯୭୯ ମସିହାରେ ଗଠନ ହୋଇଥିଲା

ୟୁନାଇଟେଡ୍ ଲିବରେସନ୍ ଫ୍ରଣ୍ଟ ଅଫ୍ ଆସାମ ହେଉଛି ଆସାମରେ ସକ୍ରିୟ ଏକ ପ୍ରମୁଖ ଆତଙ୍କବାଦୀ ଏବଂ ଉଗ୍ରବାଦୀ ସଂଗଠନ, ଯାହା ୧୯୭୯ ମସିହାରେ ଗଠିତ ହୋଇଥିଲା। ସେହି ସମୟରେ ପରେଶ ବରୁଆ ତାଙ୍କ ସାଥୀମାନଙ୍କ ସହିତ ମିଶି ଏହି ସଂଗଠନ ଗଠନ କରିଥିଲେ। ଏହା ପଛରେ କାରଣ ଥିଲା ସଶସ୍ତ୍ର ସଂଘର୍ଷ ମାଧ୍ୟମରେ ଆସାମକୁ ଏକ ସ୍ୱାୟତ୍ତ ଏବଂ ସାର୍ବଭୌମ ରାଜ୍ୟ କରିବା ଲକ୍ଷ୍ୟ। କେନ୍ଦ୍ର ସରକାର ୧୯୯୦ ମସିହାରେ ଏହାକୁ ନିଷିଦ୍ଧ କରିଥିଲେ ଏବଂ ଏକ ସାମରିକ ଅଭିଯାନ ମଧ୍ୟ ଆରମ୍ଭ କରିଥିଲେ।

୨୦୦୮ ମସିହାରେ ଉଲଫା ନେତା ଅରବିନ୍ଦ ରାଜଖୋୱାଙ୍କୁ ବାଂଲାଦେଶରୁ ଗିରଫ କରାଯାଇଥିଲା ଏବଂ ପରେ ଭାରତକୁ ହସ୍ତାନ୍ତର କରାଯାଇଥିଲା। ଗୋଟିଏ ସମୟ ଥିଲା ଉଲଫାର ଆତଙ୍କ ଯୋଗୁଁ ଚା ବ୍ୟବସାୟୀମାନେ ଆସାମ ଛାଡି ଦେଇଥିଲେ।

Comments are closed.