ଦୁବାଇ: ଟି୨୦ ବିଶ୍ୱକପ କ୍ରିକେଟରେ ବାୟୋ ବବଲ ନିୟମ ଉଲ୍ଲଂଘନ କରି ଦଣ୍ଡିତ ହୋଇଛନ୍ତି ଇଂଲଣ୍ଡ ଅମ୍ପାୟର ମାଇକେଲ ଗାଉ । ଆଇସିସି ତାଙ୍କ ଉପରେ ୬ ମ୍ୟାଚର ପ୍ରତିବନ୍ଧ ଲଗାଇଛନ୍ତି । ଏହା ବ୍ୟତୀତ ତାଙ୍କୁ ୬ ଦିନ ଆଇସୋଲେଶନରେ ରହିବା ପାଇଁ କୁହାଯାଇଛି । ଏହା ପରେ ପରେ ତାଙ୍କ ଟେଷ୍ଟ କରାଯିବ ଏବଂ ରିପୋର୍ଟ ନେଗେଟିଭ ଆସିଲେ ପୁନର୍ବାର ଅମ୍ପାୟରିଂ କରିବା ପାଇଁ ସୁଯୋଗ ଦିଆଯିବ । ସେ କାହାର ଅନୁମତି ନେଇ କେତେଜଣ ବ୍ୟକ୍ତିଙ୍କୁ ଭେଟିବାକୁ ଯାଇଥିଲେ ।
ବିଶ୍ୱକପ ପୂର୍ବରୁ କରୋନା ପ୍ରୋଟୋକଲ ମାନିବାକୁ ଆଇସିସି ନିର୍ଦ୍ଦେଶାନାମା ଜାରୀ କରିଥିଲା । ସୂଚନାଯୋଗ୍ୟ, କରୋନା ମହାମାରୀ ଯୋଗୁ ଟି୨୦ ବିଶ୍ୱକପର ଚଳିତ ସଂସ୍କରଣ ଭାରତରେ ନ ହୋଇ ୟୁଏଇରେ ହେଉଛି ।
Comments are closed.